ବଜ୍ରପାତରେ ବାପ ମୃତ, ପୁଅ ଗୁରୁତର

Spread the love

କଲମପୁର, ୧୯/୧୦ (ସନ୍ଧାନ ନିଉଜ) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଡୁମେରପଦର ପଞ୍ଚାୟତ ଅନ୍ତର୍ଗତ ସାନଦେର୍ଲାରେ ଶନିବାର ଦିନ ୩.୩୦ ରେ ଏକ ଅଘଟଣ ଘଟିଯାଇଛି। ବଜ୍ରାଘାତରେ ବାପର ମୃତ୍ୟୁ ଘଟିଥିବାବେଳେ ପୁଅ ଗୁରୁତର ହୋଇଥିବା ଜଣାପଡିଛି। ବାପା ଧନମଣୀ ନାଏକ(୪୦) ଓ ତାର ୪ ବର୍ଷର ପୁଅ ବାବୁ ନାଏକ ନିଜ ଚାଷଜମିରେ ଠିଆ ହୋଇଥିବା ବେଳେ ବଜ୍ରାଘାତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଧନମଣି ନାଏକଙ୍କ ମୃତ୍ୟୁ ହୋଇଥିବାବେଳେ ପୁଅକୁ ଗୁରୁତର ଅବସ୍ଥାରେ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେତୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Related Posts

About The Author

Add Comment