ବଜ୍ରପାତରୁ ମିଳିବ ତ୍ରାହି, ୪୫ ମିନିଟ୍ ପୂର୍ବରୁ ମିଳିବ ସୂଚନା

Spread the love

ଭୁବନେଶ୍ୱର, ୧୪/୦୬ (ସନ୍ଧାନ ନିୟୁଜ)-ଓଡ଼ିଶା ଛୁଇଁଲାଣି ମୌସୁମୀ । ତୁହାକୁ ତୁହା ବର୍ଷା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ିର ପ୍ରଚଣ୍ଡ ଶବ୍ଦରେ ଥରି ଉଠୁଛି ଛାତି । ଆଉ ଏସବୁ ଭିତରେ ବଜ୍ରପାତରେ ଚାଲିଯାଉଛି ନିରୀହ ଜୀବନ । କେବଳ ବର୍ଷା ଋତୁ ରେ ନୁହେଁ । ବର୍ଷ ସାରା ବର୍ଷା କୁ ନୁହେଁ ଏବେ ବିଜୁଳି ଘଡ଼ଘଡ଼ିକୁ ଡ଼ର । ସାମାନ୍ୟ ବର୍ଷା ପବନ କିନ୍ତୁ ବିଜୁଳି ଓ ଘଡ଼ଝଡ଼ି ବେଶି । ଗୋଟିଏ ଗୋଟିଏ  ଦିନରେ ବିଜଳି ଘଡ଼ଘଡ଼ିରେ ୫/ ୬ ଜଣ ମ୍ୟୁତ୍ୟୁ ବରଣ କରୁୁଥିବା ଦେଖାଯାଉଛି । ଏବେ ଏହି ବଜ୍ରପାତର ମୁକାବିଲା ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ଏଣିକି ୪୫ ମିନିଟ୍ ପୂର୍ବରୁ ମିଳିବ ବଜ୍ରପାତର ସୂଚନା । ନିର୍ଦ୍ଧିଷ୍ଟ କେଉଁ ସ୍ଥାନରେ ବଜ୍ରପାତ ହେବ ୪୫ ମିନିଟ୍ ପୂର୍ବରୁ ଏହାର ସୂଚନା ପାଇପାରିବେ ଲୋକେ । ସବୁଠୁ ବଡ଼ କଥା ହେଲା ବଜ୍ରପାତ ଓ କାଳବୈଶାଖୀ ନେଇ ମୋବାଇଲ୍ରେ ଆଗୁଆ ସୂଚନା ପାଇପାରିବେ ଲୋକେ । ଆଉ ଏଥିପାଇଁ ଓସ୍ଡମା ଓ ଆର୍ଥ ନେଟୱାର୍କ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଉପସ୍ଥିତିରେ ଏହି ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି ।

from Odisha samachar

Related Posts

About The Author

Add Comment