ବଜାର ନିକଟରୁ ଜଣଙ୍କ ବେକ କଟା ମୃତଦେହ ଉଦ୍ଧାର

Spread the love

ଅନୁଗୋଳ, 01.02.2021 (ସନ୍ଧାନ ନିଉଜ୍):- ଅନୁଗୋଳ ଜିଲ୍ଲା ବନ୍ତଳା ବଜାର ନିକଟରୁ ଜଣଙ୍କ ମୃତଦେହ ଉଦ୍ଧାର।  ମୃତକ ହେଲେ ବନ୍ତଳା ଗାଁର କାଶୀନାଥ ବେହେରା, ତାଙ୍କ ବୟସ ୩୨ ବର୍ଷ। ବେକ କାଟି କେହି ଜଣେ ଦୁର୍ବୃତ୍ତ ଫିଙ୍ଗି ଦେଇଥିବା ଜଣାପଡିଛି। ଗତକାଲି ରାତି ୮ଟାରେ କାଶୀନାଥ ଘରୁ ବାହାରି ଯାଇଥିଲେ। ହେଲେ ଫେରି ନଥିଲେ। ଏହାପରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ଆଜି ବଜାର ନିକଟଥିବା ଏକ ହୁଡାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବନ୍ତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏଥିସହ ପୋଲିସ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚିବ ବୋଲି ସୂଚନା ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Related Posts

About The Author

Add Comment