ବକ୍ଷୋଜକୁ ନେଇ ଅଧିକାଂଶ ମହିଳା ଅସୁଖୀ

 ୧୮/୨/୨୦ (ସନ୍ଧାନ ନିଉଜ) : ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ବକ୍ଷୋଜର ଆକାରକୁ ନେଇ ସନ୍ତୁଷ୍ଟ ନୁହନ୍ତି। ସାଧାରଣ ସ୍ୱାସ୍ଥ୍ୟ ସମ୍ପର୍କରେ ବିଶ୍ଵ ସ୍ତରରେ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ମିଳିଛି। କିନ୍ତୁ ଦେଶ ଅନୁସାରେ ରହିଛି ଭିନ୍ନ ଭିନ୍ନ ମତ।

ଆଙ୍ଗ୍ଲିଆ ରସକିନ୍‌ ୟୁନିଭରସିଟି ( ଏଆରୟୁ)ର ପ୍ରଫେସର ଭିରେନ ସ୍ୱାମୀଙ୍କ ନେତୃତ୍ଵରେ ବ୍ରେଷ୍ଟ ସାଇଜ୍ ସାଟିସଫାକ୍ସନ (ବିଏସଏସଏସେ) ନାମରେ ଏହି ସର୍ଭେ କରଯାଇଥିଲା। ଏଥିରେ ୧୦୦ ଜଣ ଅନ୍ତର୍ଜାତୀୟ ବିଶେଷଜ୍ଞ ସାମିଲ ହୋଇଥିଲେ। ୪୦ଟି ଦେଶର ୧୮,୪୫୧ ଜଣ ମହିଳାଙ୍କ ମତାମତ ନିଆଯାଇଥିଲା। ଯାହାର ତଥ୍ୟ ସିଦ୍ଧାନ୍ତ ବଡି ଇମେଜ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି।

ଗବେଷକମାନେ ପାଇଥିବା ତଥ୍ୟରୁ ଜଣାପଡିଛି ମହିଳାଙ୍କ ମଧ୍ୟରୁ ୪୮ ପ୍ରତିଶତ ସେମାନଙ୍କର ବକ୍ଷୋଜ ଆକାର ବଡ ଚାହୁଁଥିବା ବେଳେ ୨୩ ପ୍ରତିଶତ ମହିଳା ସେମାନଙ୍କ ବକ୍ଷୋଜ ଆକାର ଛୋଟ ଚାହୁଁଥିଲେ। ମାତ୍ର ୨୯ ପ୍ରତିଶତ ମହିଳା ସେମାନଙ୍କ ବକ୍ଷୋଜ ଆକାରକୁ ନେଇ ସନ୍ତୁଷ୍ଟ ଥିବା ପ୍ରକାଶ କରିଥିଲେ। ଏହି ସର୍ଭେରେ ଅଂଶ ଗ୍ରହଣ କରିଥିବା ମହିଳାଙ୍କ ହାରାହାରି ବୟସ ୩୪ ବର୍ଷ ଥିବା ଜର୍ଣ୍ଣାଲରେ ପ୍ରକାଶ ପାଇଛି।

ବକ୍ଷୋଜ ଆକାରକୁ ନେଇ ସନ୍ତୁଷ୍ଟ ନଥିବା ମହିଳାମାନେ ସ୍ଵୀକାର କରିଛନ୍ତି ସେମାନେ ବକ୍ଷୋଜର ପରୀକ୍ଷା ପାଇଁ ଖୁବ୍‌ କମ୍‌ ସମୟ ଦେଇଥାନ୍ତି। କାରଣ ଆକାର ବଦଳିବା ନେଇ ସେମାନଙ୍କର ବିଶ୍ଵାସ କମ୍। ଏପରିକି ବ୍ରେଷ୍ଟ କ୍ୟାନସରର ନିରୂପଣ ସହିତ ବ୍ରେଷ୍ଟ କେୟାରର ସଂପର୍କ ଥିଲେବି ମହିଳାମାନେ ସେଥିପ୍ରତି ବେଶି ଧ୍ୟାନ ଦେଇନଥାନ୍ତି। ଏହି ତଥ୍ୟରୁ ଆହୁରି ଜଣାପଡିଛି ବକ୍ଷୋଜ ଆକାର ଜନିତ ଅସନ୍ତୋଷ ସହ ଦୁର୍ବଳ ମାନସିକ ସ୍ଥିତିର ସଂପର୍କ ରହିଛି। ବକ୍ଷୋଜକୁ ନେଇ ଅସନ୍ତୁଷ୍ଟ ମହିଳାମାନେ ସେମାନଙ୍କ ଶାରିରୀକ ଓଜନ ଓ ସ୍ଥିତିକୁ ନେଇ ଅସନ୍ତୁଷ୍ଟ ଥାଆନ୍ତି।

ସର୍ଭେ ଅନୁଯାୟୀ ବ୍ରାଜିଲ, ଜାପାନ, ଚୀନ, ଇଜିପ୍ଟ ଓ ବ୍ରିଟେନ୍‌ର ମହିଳାମାନେ ସେମାନଙ୍କ ବକ୍ଷୋଜର ଆକାର ନେଇ ବେଶି ଅସୁଖୀ। ଭାରତ, ପାକିସ୍ତାନ, ଲେବାନନ, ଇଜିପ୍ଟ ଓ ବ୍ରିଟେନ୍‌ ଭଳି ଦେଶର ମହିଳାଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଯଥାର୍ଥ ବା ଆଦର୍ଶ ଆକାରର ବକ୍ଷୋଜ ଦେଖାଯାଇଥାଏ। ଜାପାନ, ଫିଲିପାଇନ୍ସ, ଜର୍ମାନୀ, ଅଷ୍ଟ୍ରିଆ, ମାଲେସିଆ ଆଦି ଦେଶର ମହିଳାଙ୍କ କ୍ଷେତ୍ରରେ ଯଥାର୍ଥ ଆକାର ବା ଆଦର୍ଶ ବକ୍ଷୋଜ କମ୍। ବିଭିନ୍ନ ଦେଶରେ ଆଦର୍ଶ ବକ୍ଷୋଜ ବା ତାହାର ଆକାର ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ କିଛିଟା ସମାନତା ରହିଛି ବୋଲି କୁହାଯାଇଛି।

Related Posts

About The Author

Add Comment