ଫେବ୍ରୁୟାରୀ ମାସ :  ପ୍ରାୟ ୧୨ ଦିନ ବନ୍ଦ ରହିପାରେ ବ୍ୟାଙ୍କ

Spread the love
ଭୁବନେଶ୍ୱର, ୨୦/୦୧/୨୦ (ସନ୍ଧାନ ନିଉଜ) : ଆସନ୍ତା ମାସ ତଥା ଫେବ୍ରୁୟାରୀ ମାସ ୨୯ ଦିନିଆ ହୋଇଥିବା ବେଳେ ଏଥିମଧ୍ୟରୁ ପ୍ରାୟ ୧୨ ଦିନ ବନ୍ଦ ରହିପାରେ ବ୍ୟାଙ୍କ । ଏଭଳି ପରିସ୍ଥିତିରେ ଆପଣଙ୍କ ଦୈନନ୍ଦିନ ଜୀବନରେ ବ୍ୟାଙ୍କ ବନ୍ଦର ସିଧା ପ୍ରଭାବ ପଡିବାର ସମ୍ଭାବନା ରହିଛି ।  ସୂଚନା ମୁତାବକ, ବ୍ୟାଙ୍କ କର୍ମଚାରୀ ସଂଘଗୁଡିକ ବେତନ ବୃଦ୍ଧି ଏବଂ ଅନ୍ୟାନ୍ୟ ଦାବିରେ ଫେବ୍ରୁୟାରୀ ୧, ୧୨, ୧୩ ଏବଂ ୧୪ ତାରିଖରେ ହରତାଳ କରିବାକୁ ନିଷ୍ପତି ନେଇଛନ୍ତି । ଏହାଛଡା ମାସରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର, ସମସ୍ତ ରବିବାର ଏବଂ ୨୧ରେ ମହାଶିବରାତ୍ରୀ ସରକାରୀ ଛୁଟି ମଧ୍ୟ ପଡୁଛି । ତେଣୁ ଏସବୁକୁ ମିଶାଇ ଆସନ୍ତା ମାସ ପାଖାପାଖି ୧୨ ଦିନ କାଳ ବ୍ୟାଙ୍କ ବନ୍ଦ ରହିବା କାରଣରୁ ବ୍ୟାଙ୍କ ଜନିତ ବି ବାଧାପ୍ରାପ୍ତ ହୋଇପାରେ ।ଆସନ୍ତା ୩୦ରେ ସରସ୍ବତୀ ପୂଜା ପଡ଼ୁଥିବାରୁ ବ୍ୟାଙ୍କ ଛୁଟି ରହିବ। ୩୧ ଓ ଫେବ୍ରୁଆରି ୧ରେ ଧର୍ମଘଟ ହେବ। ଫେବ୍ରୁଆରି ୨ ହେଉଛି ରବିବାର ଯାହା ହେଉଛି ବ୍ୟାଙ୍କ ପାଇଁ ସ୍ବାଭାବିକ ଭାବେ ଏକ ଛୁଟିଦିନ। ବ୍ୟାଙ୍କର କର୍ମଚାରୀ ଓ ଅଫିସରମାନେ ବିଭିନ୍ନ ପର୍ଯ୍ୟାୟରେ ଧର୍ମଘଟ କରିବା ଉପରେ ବିଚାର କରୁଛନ୍ତି। ପ୍ରଥମେ ଚଳିତ ମାସ ୩୧ରୁ ଫେବ୍ରୁଆରି ୧ ପର୍ଯ୍ୟନ୍ତ ଦୁଇ ଦିନିଆ ଧର୍ମଘଟ ହେବ। ତାହା ଦ୍ବାରା ଯଦି ଦାବି ପୂରଣ ନହେବ ତେବେ ଆସନ୍ତା ମାର୍ଚ ୧୧ରୁ ୧୩ ପର୍ଯ୍ୟନ୍ତ ପୁଣି ଧର୍ମଘଟ କରାଯିବ। ସେଥିରେ ଯଦି କୌଣସି ସମାଧାନ ବାଟ ନବାହାରିବ ତେବେ ଆସନ୍ତା ଏପ୍ରିଲ୍ ୧ରୁ ଅନିର୍ଦିଷ୍ଟକାଳୀନ ଧର୍ମଘଟ କରାଯିବ।

Related Posts

About The Author

Add Comment