ଯାଜପୁର-୨୧/୭ (ସନ୍ଧାନ ନିୟୁଜ): ଚଳିତବର୍ଷ ପ୍ରଥମଥର ପାଇଁ ବନ୍ୟାର ସମ୍ଭାବନା ଯାଜପୁର ଜିଲାରେ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଚଳିତମାସ ୧୮ ତାରିଖରୁ ଆରମ୍ଭ ହୋଇଥିବା ଲଗାଣବର୍ଷା ଓଡ଼ିଶାର ବିଭିନ୍ନ ଜିଲାରେ ବନ୍ୟା ଦେଖିବାକୁ ମିଳିଛି। ଯାଜପୁର ଜିଲାଦେଇ ପ୍ରବାହିତ ହୋଇଥିବା ବ୍ରାହ୍ମଣୀ ନଦୀ ବୈତରଣୀ ନଦୀର ଉପରମୁଣ୍ଡ କେନ୍ଦୁଝର ଜିଲାରେ ଲଗାଣବର୍ଷା ଲାଗିରହିବାରୁ ବୈତରଣୀ ନଦୀରେ ପ୍ରଥମଥର ବନ୍ୟାଜଳ ଆସିଛି। ବୈତରଣୀ ନଦୀରେ ବନ୍ୟାଜଳ ଆସିବାରୁ ଶାଖାନଦୀ ବୁଢ଼ା ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଛି। ସେହିପରି ବ୍ରାହ୍ମଣୀ ନଦୀର ଜେନାପୁରଠାରୁ ବାହାରିଥିବା ଖରସ୍ରୋତା ନଦୀର ଉପରମୁଣ୍ଡରେ ବର୍ଷା ହେବାରୁ ଖରସ୍ରୋତା ନଦୀରେ ବନ୍ୟାଜଳ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ବୈତରଣୀ ଓ ଖରସ୍ରୋତା ନଦୀରେ ବନ୍ୟା ଆସିଲେ ଯାଜପୁର, କୋରେଇ, ବିଞ୍ଝାରପୁର, ବରୀ, ଦଶରଥପୁର ପ୍ରଭୃତି ବ୍ଲକ୍ରେ ଅଞ୍ଚଳରେ ବନ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।
REPORT-MANAS ROUT, JAJPUR