ଫିକା ପଡ଼ିଲା ରଙ୍ଗର ପର୍ବ ହୋଲି

Spread the love
ଚାନ୍ଦବାଲି, (ସନ୍ଧାନ ନ୍ୟୁଜ୍/ପ୍ରଶାନ୍ତ ବାରିକ୍)।  ବର୍ଷକୁ  ଥରେ ଆସେ ଏହି   ରଙ୍ଗର ପର୍ବ ହୋଲି ଆଉ ସମସ୍ତଙ୍କୁ ରଙ୍ଗୀନ କରିଦିଏ  । ଶତ୍ରୁତାକୁ ଭୁଲି ଭାଇଚାରା ବାଣ୍ଟିବାରେ ଏହି ରଙ୍ଗର ପର୍ବ ହୋଲି ବେଶ ଗୁରୁତ୍ୱ ବହନ କରେ । କୋରାନା କଟକଣା ଭିତରେ ପାଳନ ହେଲା ଏ ବର୍ଷ ର ରଙ୍ଗର ପର୍ବ ହୋଲି। ନା ଥିଲା ଆଗଭଳି ଗାଁ ଦାଣ୍ଡରେ ରଙ୍ଗ ଖେଳ ନା ଥିଲା ଗୀତ ନାଚ।କରୋନା ପାଇଁ ଏଥର ‌ରଙ୍ଗର ପର୍ବ ହୋଲି ଫିକା ପଡ଼ିଲା। ହୋଲି ଖେଳ ଉପରେ କଟକଣା ଲାଗୁ ପରେ  ଗାଁ ଗହଳି ଠାରୁ ଆରମ୍ଭ କରି  ସହର ବଜାର ଯାଏ  ରଙ୍ଗ ଦୋକାନ ସବୁ ଆଗଭଳି ଆଉ ଦେଖିବାକୁ ମିଳି ନଥିଲା । ନା ଦେଖି ବାକୁ ମିଳିଥିଲା ପିଚକାରୀ ନା ରଙ୍ଗ ବେରଙ୍ଗ ର ଅଭିର ରଙ୍ଗ। ସର୍ବସାଧାରଣରେ ସରକାରଙ୍କ ହୋଲି ଖେଳ ଉପରେ କଟକଣା ଜାରି ପରେ ଏ ବର୍ଷ ହୋଲି ରେ ଗାଁ ଗହଳି ଖାଁ ଖାଁ  ଲାଗୁଥିଲା।ଏହି ବର୍ଷ ହୋଲି ଖେଳ କେବଳ ଘର ଭିତରେ ହେବା ନେଇ ପ୍ରଶାସନ ଘୋଷଣା କରିଥିଲା ବେଳେ ଲୋକମାନେ ଏଥି ପ୍ରତି ମଧ୍ୟ ସଜାଗ ରହିଥିବା ଜଣା ପଡିଥିଲା।

Related Posts

About The Author

Add Comment