ଫାଶୀ ସମୟରେ ନାଥୁରାମ୍‌ ଗଡସେ ଭୟଭୀତ ଥିଲେ ଓ ତାଙ୍କ କଣ୍ଠ ବାସ୍ଫରୁଦ୍ଧ ହୋଇଯାଉଥିଲା : ଜଷ୍ଟିସ୍ ଖୋସଲା

Spread the love

ନୂଆଦିଲ୍ଲୀ, ୧୭/୫ (ସନ୍ଧାନ ନିୟୁଜ) :  ୨୦୧୯ ଲୋକସଭା  ନିର୍ବାଚନ ସମୟରେ ନାଥୁରାମ ଗଡସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଜାତିର ପିତା ମହାତ୍ମଗାନ୍ଧିଙ୍କ ହତ୍ୟା ଅଭିଯୋଗରେ ଫାଶୀ ହେବାର ପାଖାପାଖି ୭୦ବର୍ଷ ପରେ ଗଡସେଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି।

ମଇ ୧୨ ତାରିଖରେ ତାମିଲନାଡୁର ଏକ ଜନସଭାରେ ଅଭିନେତାରୁ ରାଜନେତା ବନିଥିବା କମଲ ହାସନ କହିଥିଲେ, ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ହିନ୍ଦୁ ଥିଲେ, ତାଙ୍କର ନାମ ଥିଲା ନାଥୁରାମ ଗଡସେ। ଆତଙ୍କବାଦର ଆରମ୍ଭ ସେହି ଠାରୁ ହିଁ ହୋଇଥିଲା।

ମହାତ୍ମାଗାନ୍ଧିଙ୍କ ହତ୍ୟା ମାମଲାରେ ଟ୍ରାଏଲ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଗଡସେ ଅବେଦନ କରିଥିଲେ। ଏହି ଆବେଦନର ଶୁଣାଣି କରିଥିବା ବିଚାରପତି ଜିି ଡି ଖୋସଲା ୧୯୬୫ରେ ଏକ ପୁସ୍ତକରେ ବିଚାର ପ୍ରକ୍ରିୟା ସଂପର୍କୀତ ତଥ୍ୟ ଉପସ୍ଥାପନ କରିଥିଲେ । ବିଚାରପତି ଖୋସଲାଙ୍କ କହିବାନୁସାରେ, ଗଡସେ ମହାତ୍ମାଗାନ୍ଧିଙ୍କ ବିଚାର ନେଇ ଖୁବ୍ ନେଇ ରାଗି ଯାଇଥିଲେ। ତାଙ୍କର ଅଭିଯୋଗ ଥିଲା କି ମହାତ୍ମାଗାନ୍ଧି ମୁସଲମାନଙ୍କୁ ଖୁସି କରିବା ପାଇଁ ହିନ୍ଦୁମାନଙ୍କୁ ଭୁଆଁ ବୁଲାଉଛନ୍ତି।

ଗାନ୍ଧିଙ୍କୁ ଗୁଳି ମାରିବା ପରେ ଲୋକମାନେ ଗଡସେଙ୍କ  ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ଥିବା ପୁଲିସ ଅଧିକାରୀ ତାକୁ ବଞ୍ଚାଇ ନେଇଥିଲେ। ଏହାପରେ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଅନ୍ୟ ଲୋକଙ୍କୁ ଧରିବା ପାଇଁ ବଡ଼ ଅଭିଯାନ ଚଳା ଯାଇଥିଲା। ପୁଲିସ ୫ ମାସରେ ଘଟଣାର ଯାଞ୍ଚ ଶେଷ କରିଥିଲା। ମହାତ୍ମାଙ୍କ ହତ୍ୟାରେ ଦୋଷୀସାବ୍ୟସ୍ତ ଗଡସେ ଓ ନାରାୟଣ ଆପ୍ତେଙ୍କୁ ୧୫ ନଭେମ୍ବରରେ ଅମ୍ବାଲା ଜେଲରେ ଫାଶୀ ଦିଆଯାଇଥିଲା।

ବିଚାରପତି ଖୋସଲାଙ୍କ କହିବାନୁସାରେ, ଗଡସେ କରିଥିବା ଦୋଷକୁ ନେଇ ପଶ୍ଚାତାପରେ ଥିଲା ବୋଲି କହିବା ସହିତ ତାକୁ ଯଦି ଗୋଟିଏ ସୁଯୋଗ ମିଳିବ ସେ ନିଜର ପୂରା ଜୀବନ ଶାନ୍ତି ଓ ଦେଶସେବାରେ ବିତାଇବାକୁ ଚାହିବ।  ତେବେ ଯେତେବେଳେ ତାଙ୍କୁ ଫାଶୀ ପାଇଁ ନିଆ ଯାଉଥିଲା ଗଡସେ ଆଗରେ ଚାଲୁଥିଲେ। ତାଙ୍କ ପାଦର ବେଗ ଧୀରେ ଧୀରେ କମିବାକୁ ଲାଗିଥିଲା। ତାଙ୍କ ଆଚରଣ ଦେଖି ଜଣାପଡ଼ୁଥିଲା କି ସେ ସମ୍ପୂର୍ଣ୍ଣ ଭାବେ ଭୟଭୀତ ହୋଇପଡ଼ିଛନ୍ତି। ସେ ଏହି ଭୟ ସହିତ ଲଢ଼ିବାକୁ ଚେଷ୍ଟା କରୁଥିଲେ  ଓ ବାରମ୍ବାର ‘ଅଖଣ୍ଡ ଭାରତ’ ସ୍ଲେଗାନ୍‌ ଦେଉଥିଲେ। ସେତେବେଳେ ତାଙ୍କ କଣ୍ଠ ବାସ୍ଫରୁଦ୍ଧ ହୋଇଯାଉଥିଲା ବୋଲି ଖୋସଲା କହିଛନ୍ତି।

Related Posts

About The Author

Add Comment