ରାଉରକେଲା, ୩୧/୧୨/୨୦ (ସନ୍ଧାନ ନିଉଜ) : ସୁନ୍ଦରଗଡ଼ ଜିଲା ଲାଠିକଟା ଥାନା ଅନ୍ତର୍ଗତ ଢିପାଟୋଲାରେ ଗାମୁଛା ଦ୍ୱାରା ବେକରେ ଫାଶୀ ଲଗାଇ ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି । ପୁଲିସ ମୃତ ନାବାଳିକାଙ୍କ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ପୁଲିସ ସୂତ୍ରରୁ ପ୍ରକାଶ, ଢିପାଟୋଲି ଅଂଚଳର ଜନୈକ ନାବାଳିକା ସପରିବାର ବାସ କରନ୍ତି । ନାବାଳିକାଙ୍କ ପିତା ଏଣେତେଣେ ଦିନ ମଜୁରିଆ ଭାବେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରିଥାନ୍ତି । ସବୁଦିନ ପରି ଜନୈକା ନାବାଳିକଙ୍କ ବାପା ଆଜି ପୂର୍ବାହ୍ନରେ କାମକୁ ବାହାରି ଯାଇଥିଲେ । ପରେ କୌଣସି କାରଣରୁ ନାବାଳିକ ଜଣଙ୍କ ଘରର କୋଠରୀରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପାଖ ପଡୋଶୀ ଏ ସମ୍ପର୍କରେ ମୃତ ନାବାଳିକାର ବାପାଙ୍କୁ ଖବର ଦେବା ପରେ ସେ ଘରେ ତତକ୍ଷାଣତ ପହଂଚିଥିଲେ । ପରେ ଲାଠିକଟା ଥାନା ପୁଲିସକୁ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତ ନାବାଳିକାଙ୍କ ଶବ ଘର କୋଠରୀ ମଧ୍ୟରୁ ଉଦ୍ଧାର କରିଥିଲା । ନାବାଳିକା ଜଣଙ୍କ ଆତ୍ମହତ୍ୟା କରିବା ପଛରେ କି କାରଣ ରହିଛି ତାହା ନିର୍ଦ୍ଧିଷ୍ଟ ଭାବେ ଜଣା ପଡ଼ିନାହିଁ ।
ଫାଶୀ ଲଗାଇ ଝୁଲିପଡିଲେ ନାବାଳିକା
|
December 31, 2020 |
![](https://sandhannews.com/wp-content/uploads/2020/12/WhatsApp-Image-2020-12-31-at-8.44.22-PM.jpeg)