ଫାଟିଲା ଟିଭି: ସ୍ତ୍ରୀ ମୃତ,  ଶିଶୁକନ୍ୟା ଗୁରୁତର

ରାଉରକେଲା,୨୨/୦୨ (ସନ୍ଧାନ ନିୟୁଜ): ଧୁରୁଆଡିହି ଥାନା ଅନ୍ତଗର୍ତ ଲହଣ୍ଡାବୁଡା ଗାଁରେ ଅଘଟଣ । ଟିଭି ଫାଟି ଜଣେ ମହିଳା ମୃତ ଓ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ମହିଳାଙ୍କ ସ୍ବାମୀ ଡିଲେଶ୍ବର ନାଏକ ଓ ତାଙ୍କ 6 ମାସର ଶିଶୁ କନ୍ୟା । ଗୁରୁତରଙ୍କୁ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ବବି ନାଏକ । ସନ୍ଧ୍ୟାରେ ଗୋଟିଏ ପରିବାରର ସମସ୍ତେ ଘରେ ବସି ଟିଭି ଦେଖୁଥିଲେ । ଏହି ସମୟରେ ହଠାତ ସର୍ଟସର୍ଟିକ ହୋଇ ଟିଭି ଟି ଫାଟି ଯାଇଥିଲା । ପାଖ ପଡୋଶୀ ଏତେ ଜୋରରେ କ’ଣ ଆବାଜ ହେବାରୁ ଦୌଡି ଆସି ଦେଖିବା କ୍ଷଣି ସେମାନଙ୍କ ଦେହରେ ନିଆଁ ଲାଗି ଶୋଚନୀୟ ଅବସ୍ଥାରେ ପଡିଥିଲେ । ଏହା ପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ବିଦ୍ୟୁତ ସଂସ୍ପର୍ଶରୁ ଉଦ୍ଧାର କରିବା ସହ ଅଗ୍ନିଶମ ବିଭାଗ ଓ ଧୁରୁଆଡିହି ପୋଲିସକୁ ଖବର ଦେଇଥିଲେ ।

Related Posts

About The Author

Add Comment