ଭଦ୍ରକ, 10.02.2021 (ସନ୍ଧାନ ନିଉଜ୍) :- ଆସନ୍ତାକାଲିଠାରୁ ଭଦ୍ରକ ଜିଲ୍ଲାରେ ଆରମ୍ଭ ହେବ ଫାଇଲେରିଆ ନିରାକରଣ ଅଭିଯାନ। ଏଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥାର ଆୟୋଜନ ହୋଇଛି। ଏହି ଅଭିଯାନରେ ଏକ ଗଣ ମାଧ୍ୟମ ସଚେତନତା କାର୍ଯ୍ୟକ୍ରମ ସିଡିଏମଙ୍କ ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏଥିରେ ସିଡିଏମଓ ସନ୍ତୋଷ ପତ୍ରଙ୍କ ସହିତ ବିଭିନ୍ନ ସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ତେବେ ଭଦ୍ରକ ଜିଲ୍ଲାରେ ୭ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୧୮୮ଟି ଉପ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ୧୨୪୩ଟି ଗାଁର ୧୪ ଲକ୍ଷ ୮୬ ହଜାର ୩୭୭ ଜଣଙ୍କୁ ଫାଇଲେରିଆ ବଟିକା ପ୍ରଦାନ କରାଯିବ।ତେବେ ତିନୋଟି ଲେଖାଏଁ ଫାଇଲେରିଆ ବଟିକା ଦେବାର ବ୍ୟବସ୍ଥା ରହିଛି। ଏଥିପାଇଁ ଆଶା, ଅଙ୍ଗନବାଡି ଓ ସ୍ୱେଚ୍ଛା ସେବୀଙ୍କୁ ମିଶାଇ ୫ ହଜାର କର୍ମୀ ଘର ଘର ବୁଲି ୧୯ ତାରିଆ ପର୍ଯ୍ୟନ୍ତ ଫାଇଲେରିଆ ବଟିକା ବଣ୍ଟନ କରିବେ।



