ଫଡ୍‌ନବିସଙ୍କ ଶକ୍ତିପରୀକ୍ଷା ପାଇଁ ୩୦ ଘଣ୍ଟାର ସମୟ ସୀମା: ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ହେବ

Spread the love

ନୂଆଦିଲ୍ଲୀ,୨୬/୧୧ (ସନ୍ଧାନ ନିୟୁଜ): ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଡ୍ରାମାକୁ ନେଇ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ରାୟ ଦେଇଛନ୍ତି। ରାୟ ଅନୁସାରେ ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ।  ତେବେ ବିଧାୟକଙ୍କ ଶପଥ ଗ୍ରହଣ ପରେ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦିଆଯିବ। କୌଣସି ଗୁପ୍ତ ମତଦାନ ଦ୍ୱାରା ଏହା କରା ଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌କୋର୍ଟରେ ଶିବସେନା-ଏନ୍‌ସିପି-କଂଗ୍ରେସ ପକ୍ଷରୁ କରାଯାଇଥିବା ଆବେଦନର ବିଚାର କରି ବିଚାରପତି ଏନ୍‌.ଓ୍ବି. ରମନା, ଅଶୋକ ଭୂଷଣ ଏବଂ ସଞ୍ଜିବ୍‌ ଖାନ୍ନାଙ୍କ ଦ୍ୱାରା ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଏବେ ଫଡ୍‌ନବିସ୍‌ଙ୍କ ହାତରେ ୩୦ ଘଣ୍ଟାର ସମୟ ସୀମା ରହିଛି। ଏହି ସମୟ ମଧ୍ୟରେ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ହାସଲ ପାଇଁ ଭାଜପା ପକ୍ଷରୁ ଜୋର୍‌ସୋର୍‌ ଉଦ୍ୟମ ଆରମ୍ଭ ହୋଇଥିବା କୁହାଯାଉଛି।

Related Posts

About The Author

Add Comment