ବରୀ, ୨୯/୦୭/୨୦ (ସନ୍ଧାନ ନିଉଜ) : ଯାଜପୁର ବ୍ଲକ୍ ଅଧିନ ବରୁହାଁ ଡାକବଙ୍ଗଳା ପରିସରରେ ପ୍ୟାନକାର୍ଡ କ୍ଲବ୍ ପକ୍ଷରୁ ଏକ ଜରୁରୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯାଜପୁର ଶାଖାର କର୍ମକର୍ତାମାନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ୟାନକାର୍ଡ କ୍ଲବ୍ ଅଧିନରେ ହିତାଧିକାରୀମାନେ ଜମା କରିଥିବା ଅର୍ଥକୁ ୨ ମାସ ଭିତରେ ଫେରସ୍ତ କରିବା ନିମନ୍ତେ ଏକ ଆଲୋଚନା କରାଯାଇଥିଲା । ଏଥିରେ ମାନ୍ୟବର ହାଇକୋର୍ଟ ଅର୍ଡର ନଂ-ଡବ୍ଲୁ୍ୟପିସିସି୨୨୨୨୩ ଅଫ୍ ୨୦୧୮ ଅନୁଯାୟୀ ବିଚାରପତି ସି. ଆର ଦାସ ତା. ୫. ୨ । ୨୦୧୯ ରିଖରେ ସିକୁ୍ୟରିଟି ଏକସ୍ଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆକୁ ଜମାକାରୀଙ୍କ ଅର୍ଥକୁ ଫେରସ୍ତ କରି ଦେବାପାଇଁ ନିଦେ୍ର୍ଦଶ ଦେଇଥିଲେ । ମାନ୍ୟବର ଅଦାଲତର ନିଦେ୍ର୍ଦଶକୁ (ଏସ୍.ଇ.ସି.ଆର) ଅବମାନନା କରି ଅର୍ଥ ଫେରସ୍ତ କରୁ ନାହିଁ । ଏ ନେଇ ସାଧାରଣରେ ଜନ ଅସନ୍ତୋଷ ବଢିବାରେ ଲାଗିଛି ବୋଲି ବୈଠକରେ ମତ ପ୍ରକାଶ ପାଇଛି । ଏହି ଏଜେଂଟ୍ମାନେ ଜମାକାରୀଙ୍କ ଅର୍ଥ ଜମା କରି ରସିଦ୍ ବଣ୍ଡ ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଏ ସଂକ୍ରାନ୍ତରେ ମାନ୍ୟବର ହାଇକୋର୍ଟ ପ୍ୟାନକାର୍ଡର ସମସ୍ତ କାଗଜପତ୍ର ଯାଂଚ କଲା ପରେ ଏଜେଂଟ୍ ମାନଙ୍କର କୌଣସି ତ୍ରୁଟି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସମ୍ବିଧାନର ଧାରା ୨୨୬ ଓ ଧାରା ୨୨୭ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଏଜେଂଟ ମାନଙ୍କ ପ୍ରତି ଅସାଦାଚରଣ ପ୍ରକାଶ କରନ୍ତି ଆଇନ୍ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି କୋର୍ଟ ରାୟ ସମୟରେ ପ୍ରକାଶ କରିଛନ୍ତି । ହିତାଧିକାରୀ କିପରି ନିଜ ନିଜ ଅର୍ଥ ଫେରସ୍ତ ପାଇବେ ସେ ନେଇ ସରକାରଙ୍କ ନିକଟରେ ପ୍ୟାନକାର୍ଡ କ୍ଲବ୍ ପକ୍ଷରୁ ନିବଦେନ କରାଯାଇଛି ବୋଲି ମତପ୍ରକାଶ ପାଇଛି । ଏହି ବୈଠକରେ ଉକôଳମଣୀ ପଣ୍ଡା, ଆନନ୍ଦ ଚନ୍ଦ୍ର ଦାସ, ରଘୁରାମ ପତି, ଆଲୋକ ଚନ୍ଦ୍ର ପତି, ଶଶାଙ୍କ ଶେଖର ପତି, କୁଳମଣି ଜେନା, ଗୋଲଖ ବିହାରୀ ଜେନା, ଉମାକାନ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ୟାନକାର୍ଡ କ୍ଲବ୍ ପକ୍ଷରୁ ବୈଠକ
|
July 29, 2020 |


