ଚଣ୍ଡିଖୋଲ, ୦୧/୦୪/୨୧ (ସନ୍ଧାନ ନିଉଜ) : ଭାଷା ଭିତ୍ତିକ ଭାବେ ଉତ୍କଳ ବା ଓଡିଶା ରାଜ୍ୟ ଗଠନ ହୋଇସାରିଛି । ମାତ୍ର ଭାଷାକୁ ଆଜିବି ରାଜ୍ୟରେ ଅଗ୍ରାଧିକାର ଦିଆଯାଇନାହିଁ । ନହେଲେ ଦୀର୍ଘ ଦିନ ଧରି ଚାଲିଥିବା ଓଡିଆ ଭାଷା ଆନେ୍ଦାଳନରେ ମାତ୍ର ୩ଜଣ ଲୋକ କଳପତାକା ଧରି ଆନେ୍ଦାଳନ କରିନଥାନ୍ତେ । ଯଦି ପ୍ରତ୍ୟକ ଓଡିଆର ପବୃତ୍ତି ଏବଂ ଆନ୍ତରିକତା ରହିଲେ ଓଡିଆ ଭାଷା ସମୃଦ୍ଧର ଶିଖରରେ ପଂହଚି ପାରିବ ବୋଲି ଆଜି ପ୍ରୟାସ ପକ୍ଷରୁ ଚଣ୍ଡିଖୋଲ ପ୍ରେସ କ୍ଲବ ଠାରେ ଅନୁଷ୍ଠିତ ଉକôଳ ଦିବସ ଅବସରରେ ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ ।
ପ୍ରୟାସର ସମ୍ପାଦକ ଭାରତ ଭୂଷଣ ପଣ୍ଡାଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାଧନାର ସ୍ୱରୁପ ପତ୍ରିକାର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଦେବବତ୍ର ଦେବତା, ମୁଖ୍ୟ ବକ୍ତାଭାବେ ଉକôଳ ସାମ୍ବାଦିକ ସଂଘର ରାଜ୍ୟ ସାଧରଣ ସମ୍ପାଦକ ବେଣୁଧର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ସଲିଲ ରାଜନନ୍ଦନ ମହାନ୍ତି, ସାମ୍ବାଦିକ ଶିବରାମ ସାହୁ, ପ୍ରସନ୍ନ ବିଶ୍ୱାଳ,ସମରେନ୍ଦ୍ର ମହାଲା, ପ୍ରମୋଦ ଜେନା, ମୋହନ ଖିଲାର, ସୁରେନ୍ଦ୍ର ସାମଲ, ଆଇନଜୀବୀ ଦେବରାଜ ବେହେରା, ଜାଗୃତି ବାରିକ ପ୍ରମୁଖ ଯୋଗଦେଇ ଉକôଳ ଦିବସ ପାଳନ ଠାରୁ ଏହାକୁ ଅଧିକ କ୍ରିୟାଶୀଳ ଭାବରେ ସବୁ ସ୍ତରରେ ସଚେତନତା କରିବା ଉପରେ ମତ ଦେଇଥିଲେ । ଶେଷରେ ଗବେଷକ ମାନସ କୁମାର ରାଉତ ଧନ୍ୟବାଦ ଦେଇଥିଲେ ।
ଏହାକୁ ପ୍ରୟାସ ପକ୍ଷରୁ ସାମ୍ବାଦିକ ହେମଶେ ଜେନା, ବସନ୍ତ ପଲେଇ, ସୁଶାନ୍ତ ନାୟକ, ଦିଲ୍ଲିପ ସାହୁ, ତ÷ଲକ ନାୟକ, ଉକôଳ ପ୍ରଧାନ, ତ୍ରିଲୋଚନ ବେହେରା, ପ୍ରତାପ ଗୋଚ୍ଚାୟତ, ଅମୀୟ ମହାରଣା, ବିଶ୍ୱ ରଂଜନ ସ୍ୱାଇଁ, ଅନୀଲ ସମାନ୍ତରାୟ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିବା ସହିତ ଏହାକୁ ପରିଚାଳନା କରିଥିଲେ ।



