ଯାଜପୁର ସଦର,୨୦ା୦୫(ସନ୍ଧାନ ନିଉଜ): ଏହିପରି ଘଟଣା ଦେଖିବାକୁ ମିଳିଚି ଧର୍ମଶାଳା ଥାନା ଅଭୟପୁର ଗ୍ରାମରେ । ବ୍ରହ୍ମାନନ୍ଦ ରାଉତ ତାଙ୍କର ଏକ ମାତ୍ର ପୁଅ ହରିହର ରାଉତ ସେହି ଗ୍ରାମର ଏକ ଯୁବତୀକୁ ଭଲପାଉଥିବା ବେଳେ, ପ୍ରେମରେ ବିଫଳ ହେବାରୁ ଝିଅଘର ଓ ପୁଅଘର ମଧ୍ୟରେ ବାହାଘର ହେବାପାଇଁ ରାଜି ହୋଇଥିବା ବେଳେ, ଲକ୍ଡାଉନ ହୋଇଯିବାରୁ ବାହାଘର ସମ୍ଭବ ହୋଇନଥିବା ଦେଖିବାକୁ ମିଳିଥିଲା । ଯାହାଫଳରେ ବାହାଘର ଡେରି ହେବାରୁ କୌଣସି ଉପାୟ ନପାଇ ପ୍ରେମୀକ ଓ ପ୍ରେମିକା ପରିବାର ବାହାଘର ନକଲେ ଆତ୍ମହତ୍ୟା କରିବେ ବୋଲି ନିଷ୍ପତି ନେଇଥିଲେ । ଯାହାଫଳରେ ପ୍ରେମିକ ହରିହାର ବିଷପିଇ ପ୍ରେମିକା ଘରକୁ ଯାଇ ଦେଖାକରି ଫେରି ଆସୁଥିବା ବେଳେ, ବାଟରେ ପଡ଼ିଯାଇଥିଲେ । ହରିହରୁକୁ ଗ୍ରାମବାସୀଙ୍କ ସହଯୋଗରେ ଧର୍ମଶାଳା ଗୋଷ୍ଠିଉନ୍ନୟନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସାପାଇଁ ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ମେଡିକାଲକୁ ନିଆଯାଇଥିଲା । ମଙ୍ଗଳବାର ଦିନ ୨ଟା ସମୟରେ ପ୍ରେମିକର ମୃତ୍ୟୁ ଘଟିଥିବା ଜଣାଯାଇଚି । ଏହି ଘଟଣାକୁ ନେଇ ହରିହର ପରିବାର ଝିଅଘର ପରିବାରକୁ ଦୋଷ ଦେଇଥିବା ବେଳେ, ମୋ ପୁଅକୁ ଝିଅଘର ଚକ୍ରାନ୍ତ କରି ଝିଅଘର ପରିବାର ମାରିଦେଇଥିବା ଘଟଣାକୁ ନେଇ ଗତକାଲି ଧର୍ମଶାଳା ଥାନାରେ ଏତଲା କରିଥିବା ବେଳେ, ଧର୍ମଶାଳା ପୋଲିସ ପକ୍ଷରୁ ତଦନ୍ତ କରାଯାଉଥିବା ଜଣାଯାଇଚି ।
ପ୍ରେମରେ ବିଫଳ ହୋଇ ଯୁବକ ବିଷ ପିଇଲେ
|
May 20, 2021 |



