ପ୍ରେଗ୍ରେନ୍ସି ରେ ଏହି ଜିନିଷକୁ ଖାଇବା ଉଚିତ୍ ନୁହେଁ, ପିଲା ପ୍ରତି ବିପଦ ଆସିପାରେ

Spread the love
  •  
  •  
  •  
  •  
  •  

୦୮.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):-ପ୍ରେଗ୍ରେନ୍ସିରେ ଖାଇବା ପିଇବାରେ ବହୁତ ଧାନ ରଖିବା ଉଚିତ୍ । ଟିକିଏ ବି ଅବହେଳା କରିବା ପିଲାକୁ କ୍ଷତିକାରକ ହୋଇପାରେ। ପ୍ରେଗ୍ନେସିରେ କିଛି ଜିନିଷକୁ ଖାଇବାକୁ ପୂରା ବାରଣ ହୋଇଥାଏ , ଯାହାକି କମ୍ ମାତ୍ରାରେ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ଆସନ୍ତୁ ଏହି ବିଷୟରେ ଜାଣିବା –

ଅଧିକ Mercury ଥିବା ମାଛ:-

ମକ୍ୟୁରୀରେ ବହୁତ ବିଷାକ୍ତ ତତ୍ତ୍ୱ ଥାଏ ଯାହାକୁ ସୁରକ୍ଷିତ ମନେକରାଯାଇ ନଥାଏ। ପ୍ରଦୂଷିତ ପାଣିରେ ଏହା ମିଳିଥାଏ। ମକ୍ୟୁରୀର ଅଧିକ ମାତ୍ରା ନର୍ଭସ ସିଷ୍ଟମ, ଇମ୍ୟୁନି ସିଷ୍ଟମ ଓ କିଡନୀକୁ ଖରାପ କରି ଦେଇଥାଏ। ଏହାର କିଛି ମାତ୍ରା  ନବଜାତକର ବିକାଶରେ ବହୁତ ପ୍ରଭାବ ପକାଇଥାଏ। ଏହା ପ୍ରଦୂଷିତ ସମୁଦ୍ରରେ ମିଳିଥାଏ। ଏଥିପାଇଁ ବଡ଼ ବଡ଼ ସମୁଦ୍ର ମାଛ ମର୍ଥେରୀ ଅଧୁକ ମାତ୍ରାରେ ଜମା କରିନେଇଥାଏ । ଏଥିପାଇଁ ପ୍ରେଗ୍ନେଣ୍ଟ ଓ ବ୍ରେଷ୍ଟିଫିସିଂ କରାଉଥିବା ମହିଳାଙ୍କୁ ମକ୍ୟୁରୀ ମାଛ ଖାଇବା ଉଚିତ୍ ନୁହେଁ । ଅଧିକ ମର୍ଜୁରୀ ଥିବା ମାଛ ମଧ୍ୟରେ ଶାର୍କ ,କିଙ୍ଗ୍ ମ୍ୟାକରଲ , ଟୁନା , ସ୍ବାର୍ଡଫିସ୍ , ମର୍ଲିସ୍ ଓ ଅରେଞ୍ଜ ରୋଫି ଅନ୍ୟତମ ।

ଅଧାସିଝା ବା shellfish ମାଛି :-

ପ୍ରେଗ୍ନାସି ରେ କେବେ ବି ଅଧାସିଝା shellfish ମାଛ ଖାଇବା ଉଚିତ୍ ନୁହେଁ । shellfish ମାଛ ଦ୍ବାରା ଅନେକ ପ୍ରକାରର ଭାଇରସ ବା ବ୍ୟାକ୍ଟରିଆଲ ସଂକ୍ରମଣ ହୋଇପାରେ । ଏଥିରୁ କିଛି ଇଫେକ୍ସନ ଆପଣଙ୍କୁ ଅର୍ଥାତ୍ ଆପଣଙ୍କ ହେବାକୁ ଥିବା ପିଲାକୁ ଗୁରୁତର ଭାବେ କ୍ଷତି ପହଞ୍ଚାଇ ପାରେ ପ୍ରେଗ୍ନେଣ୍ଟ ମହିଳାଙ୍କ ଠାରେ ଲିଷ୍ଟେରିୟା ସଂକ୍ରମଣ ସହଜରେ ହୋଇଯାଏ । ଏହି ବ୍ୟାକ୍ଟରିଆ ଓଦା ମାଟି ଓ ଦୂଷିତ ପାଣି ବା ଗଛରେ ଥିବାର ଦେଖିବାକୁ ମିଳେ ଏବଂ ଶେଲଫିସ୍ ମାଛରେ ସହଜରେ ରହିଯାଏ। ଏହି ବ୍ୟାକ୍ଟରିଆ ପ୍ଲାଣ୍ଟା ମାଧ୍ୟମରେ ହେବାକୁ ଥିବା ପିଲା ଠାରେ ପହଞ୍ଚି ଯାଏ । ଏହି କାରଣରୁ ଗର୍ଭପାତ ବା ପ୍ରିମେକ୍ଟୋର ଡେଲିଭରି ମଧ୍ୟ ହୋଇପାରେ।

ଅଧାସିଝା ବା ପ୍ରୋସେସ୍‌ ମାସ :-

Undercooked ମାସ ମଧ୍ୟ ପ୍ରେଗ୍ନେଣ୍ଟ ମହିଳାଙ୍କ ପାଇଁ ହାନିକାରକ ଅଟେ । ଏହାକୁ ଖାଇବାରେ ଟେକ୍ନୋସ୍କାଢ଼ା, ଟୋପ୍ଲାଜ୍‌, ଲିଷ୍ଟେରିଆ ଓ ସେଲ୍ଲାନେଲା ଭଳି ଅନେକ ପ୍ରକାରର ବ୍ୟାକ୍ଟରିଆଲ ଇଫେକ୍ସନ ହୋଇପାରେ। ଏହା ଜନ୍ମ ହେବାକୁ ଥିବା ପିଲାର କ୍ଷତି କରିପାରେ । ଏଥିରେ ପିଲାର ଗୁରୁତର ନ୍ୟୁରୋଲଜିକଲ ରୋଗ ହୋଇପାରେ । ଏହି ମାଂସକୁ କେବେ କଞ୍ଚା ବା ଅଧାସିଝା ଖାଇବା ଉଚିତ୍ ନୁହେଁ । ପେଟିସ୍ ଓ ବର୍ଗର ପ୍ରୋସେସ୍‌ ମାଂସ ଖାଇବାରୁ ନିବୃତ୍ତ ରୁହନ୍ତୁ । କ୍ଟୋରେଜ୍‌ରେ ରଖିବା ସମୟରେ ଏଥିରେ ଅନେକ ପ୍ରକାରର ସଂକ୍ରମଣ ହୋଇଥାଏ ।

କଞ୍ଚା ଅଣ୍ଡା:-

କଞ୍ଚା ଅଣ୍ଡାରେ ସେଲ୍ଲାନେଲା ବ୍ୟାକ୍ଟରିଆ ମିଳିଥାଏ । ଏହାକୁ ଖାଇବାରେ ଜ୍ଵର , ବାନ୍ତି । ପେଟରେ ଯନ୍ତ୍ରଣା ଓ ଝାଡ଼ା ହୋଇପାରେ । କିଛି ମାମଲାରେ ଏହି ସଂକ୍ରମଣ କାରଣରୁ ଗର୍ଭାଶୟରେ ଯନ୍ତ୍ରଣା ହୋଇପାରେ , ଯେଉଁଥିରେ ପିଲାର ଜନ୍ମ ସମୟ ପୂର୍ବରୁ ହୋଇପାରେ ।

କଫି: –

ଅଧିକାଂଶ ଲୋକଙ୍କୁ କଫି ପିଇବା ପସନ୍ଦ ହୋଇଥାଏ । ହେଲେ ପ୍ରେଗ୍ନେଣ୍ଟ ମହିଳାଙ୍କୁ କଫିର ସେବନ ବହୁତ କମ୍ ମାତ୍ରରେ କରିବାର ପରାମର୍ଶ ଦିଆଯାଇ ଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବିକ୍ ପ୍ରେଗ୍ନେଣ୍ଟ ମହିଳାଙ୍କର ଗୋଟିଏ ଦିନରେ ୨୦୦ mgରୁ କମ୍ କଫି ପିଇବା ଉଚିତ୍ । କଫି ଶରୀରରେ ବହୁତ ଶୀଘ୍ର ମିଳେଇ ପ୍ଲେସେଣ୍ଟା ଯାଏ ପହଞ୍ଚି ଯାଏ । ଗର୍ଭରେ ବଢୁଥିବା ପିଲାର ମେଟାବଲିଜିମ୍ ଏଞ୍ଜାଇମ୍ ନଥାଏ , ଯେଉଁଥି ପାଇଁ ତାର କ୍ଷତି ହୋଇପାରେ । ପ୍ରେଗ୍ରେନ୍ସିରେ ଅଧିକ କପି ନେବାରେ ପିଲାର ଓଜନ ଓ ବିକାଶ କମିଯାଇଥାଏ ।

କଞ୍ଚା ପ୍ରାଉଟ୍‌: –

ଗ୍ରାଉଟ୍ ଖାଇବା ଶରୀର ପାଇଁ ବହୁତ ଫଳପ୍ରଦ ହେଲେ କଞ୍ଚା ଅଙ୍କୁରିତ ପ୍ରାଉଟ୍‌ ପ୍ରେଗ୍ରେନ୍ସିରେ ନଖାଇବାକୁ ପରାମର୍ଶ ଦିଆଯାଇଥାଏ। ଅଙ୍କୁରୀତ ମୁଗର କଞ୍ଚା ସ୍ଵାଉରେ ସେଲ୍ଲାନେଲା ବ୍ୟାକ୍ଟରିଆ ବଢ଼ିଥାଏ । ଧୋଇବା ପରେ ଏହି ବ୍ୟାକ୍ଟରିଆ ସ୍ଵାଉଙ୍ଗରେ ରହିଯାଏ । ଭଲ ହେବ କି ଆପଣ ପ୍ରଗୃଦ୍ଧିରେ ଏହାକୁ ସିଝାଇ ଖାଆନ୍ତୁ ।

ଜଙ୍କ୍ ଫୁଡ୍:-

ପ୍ରେଗ୍ରେନ୍ସିରେ ପିଲାର ବିକାଶ ପାଇଁ କେବଳ ପୋଷକ ତତ୍ତ୍ବରେ ଭରପୂର ଜିନିଷ ଖାଇବା ଉଚିତ୍ । ଏହି ସମୟରେ ଜଙ୍କ୍ ଫୁଡ୍ ଠାରୁ ଦୂରେଇ ରୁହନ୍ତୁ । ଏଥିରେ ପୋଷକ ତତ୍ତ୍ବ ନଥାଏ । ଏଥିରେ ସୁଗାର, ଫାଟ୍ ଓ କ୍ୟାଲୋରା ବହୁତ ଅଧିକ ଥାଏ । ଜଙ୍କ ଫୁଡ୍‌ ଖାଇଲେ ଓଜନ ଶୀଘ୍ର ବୃଦ୍ଧି ପାଇଥାଏ । ଏଥିରେ ଡେଲିଭରି ସମୟରେ ଅନେକ ପ୍ରକାରର ଅସୁବିଧା ହୋଇଥାଏ । ପ୍ରେଗ୍ରେନ୍ସି ସମୟରେ ନିଜର ଡାଇରେ ବହୁତ ଫଳ , ସବୁଜ ପନିପରିବା , ପ୍ରୋଟିନ୍ , ଫୋଲେଟ୍ ଓ ଆଇରନ୍ ସାମିଲ କରନ୍ତୁ ।

Related Posts

About The Author

Add Comment