ପ୍ରଶାସନର ଅବହେଳା ପାଇଁ ଦୁଃଖରେ ରହୁଛନ୍ତି ଦୁଇ ବିକଳାଙ୍ଗ ଛୁଆ ଓ ପରିବାର

Spread the love

ସୁନ୍ଦରଗଡ ତା:୨୨/୧୦/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସାରା ଦେଶ ସହିତ ରାଜ୍ୟରେ ଜନ୍ମ ରୁ ମୃତ୍ୟୁ ଯାଏ ସାଧାରଣ ଜନତା ଯୋଜନାର ଲାଭ ପାଉଥିବା ବେଳେ ତାର ଅନେକ ଯୋଜନାରୁ ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି । ଆଜକୁ ଦୁଇ ଜଣ ଝିଅ ଛୁଆଙ୍କ ବୟସ ୩୨ ରୁ ୩୫ ବର୍ଷ ହେବା ଉପରେ ହେଲେ ଏବେ ପର୍ଯ୍ୟନ୍ତ ହୋଇନି ଆଧାର କାର୍ଡ ସହିତ ଭୋଟର କାର୍ଡ ।ବିତି ଗଲାଣି ତା ଭିତରେ ପାଞ୍ଚ ରୁ ଛଅ ଯୋଜନା ହେଲେ ଜନ ଗଣନା ଫେଲ ମାରିବା ସହିତ ପରିବାର ର ଦୁଃଖ ବୁଝିବ କିଏ? ଏଭଲି ଚିତ୍ର ଦେଖିବାକୁ ମିଳିଛି ସବଡେଗା ବ୍ଲକ ଅନ୍ତର୍ଗତ କୁରୁମକେଲ ପଞ୍ଚାୟତର କଇସରା ଗ୍ରାମରେ ।ଏହି ଗ୍ରାମର ପୂର୍ଣ୍ଣ ମହାକୁଦ ଓ ତାରା ମହାକୁଦ ଙ୍କ ଦୁଇ ଝିଅ ପାର୍ବତୀ ମହାକୁଦ ଓ ରଙ୍ଗ ମହାକୁଦ ଜନ୍ମରୁ ବିକଲାଙ୍ଗ ଥିବା ବେଳେ ପ୍ରଶାସନ ଅବହେଳା କାରଣରୁ ହୋଇ ପାରିନି ଭୋଟର ସହିତ ଆଧାର କାର୍ଡ। ଆଜକୁ ୩୫ ବର୍ଷ ବିତିଯାଇଥିଲେ ମଧ୍ୟ ନାଗରିକ ଅଧିକାର ରୁ ବଞ୍ଚିତ ।ଏହାର ପ୍ରଶାସନ ପାଇଁ ଏକ ବଡ ପ୍ରଶ୍ନ ? ପ୍ରତିଟି ମୁହୂର୍ତ୍ତ ପିତା ଓ ମାତାଙ୍କ ଆଖିର ଅଶ୍ରୁ ଶୁଖୁ ନ ଥିବା ବେଳେ ଦୁଇ ରୁ ତିନି ଥର ଜନ ଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ କରି ମଧ୍ୟ ସମାଧାନ ପ୍ରଶ୍ନ ଘେରରେ ରହିଛି । ସରକାର ମାଆ ମାନଙ୍କ ବିକାଶ କୁ ନେଇ ଅନେକ ଯୋଜନା ମାଧ୍ୟମରେ ଗାଥା ପରିବେଷଣ କରୁଥିବା ବେଳେ ଏହି ଦୁଇ ଅସହାୟ ଝିଅଙ୍କ ଦୁଃଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଦୁଇ ଝିଅ ସମ୍ପୂର୍ଣ ଅକ୍ଷମ ଥିବା ବେଳେ ତାଙ୍କୁ ୧୦୦୦ ରୁ ୧୨୦୦ ଟଙ୍କା ଭତ୍ତା ମିଳୁଥିବା ସୂଚନା ରହିଛି । ସରକାରଙ୍କ ତରଫରୁ ଉପଯୁକ୍ତ ସୁବିଧା ପାଇବା ପାଇଁ ପରିବାର ସହିତ ଅଞ୍ଚଳବାସୀ ଦାବି କରୁଥିବା ଜଣାପଡିଛି

Related Posts

About The Author

Add Comment