ପ୍ରମୋଦ ସାୱନ୍ତଙ୍କ ଦ୍ୱିତୀୟ ଇନିଂସ୍ ଆରମ୍ଭ, ଦ୍ୱିତୀୟ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

Spread the love

ଗୋଆ, ୨୮/୦୩ (ସନ୍ଧାନ ନିଉଜ): ଆଜିଠୁ ଗୋଆରେ ଆରମ୍ଭ ହେଲା ବିଜେପି ସରକାର । ପ୍ରମୋଦ ସାୱନ୍ତ ଦ୍ୱିତୀୟ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ଭାବରେ ନେଲେ ଶପଥ । ଆଜି ପାଣାଜିରେ ଠାରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିଥିଲେ ।  ନିକଟରେ ଗୋଆରେ ବିଧାନସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଗୋଆରେ କିଏ ସରକାର ଗଠନ କରିବ ତାକୁ ନେଇ ଦ୍ୱନ୍ଦ ରହିଥିଲା । ମୋଟ୍ ୪୦ଟି ଆସନରୁ ୨୦ଟିରେ ବିଜେପି ବିଜୟ ଲାଭ କରିଥିବା ବେଳେ ୧୧ଟିରେ କଂଗ୍ରେସ ବିଜୟ ହାସଲ କରିଥିଲା ଏହାପରେ ବିଜେପି ପାଇଁ ଗେମ୍ ଚେଞ୍ଜର ପାଲଟିଥିଲା ଏମଜିପି ପାର୍ଟି ଏହାପରେ ଅନେକ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ ଓ ଶେଷରେ ବିଜେପି ସରକାର ଗଠନ କରିବାରେ ସଫଳ ହୋଇଛି ।

Related Posts

About The Author

Add Comment