ତିହିଡ଼ି ୫/୩/୨୬ (ସନ୍ଧାନ ନ୍ୟୁଜ ) ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ର ବାସନ୍ତୀ ପଡ଼ିଆ ରେ ସ୍ବର୍ଗତ ଦେବଦତ୍ତ ମେମୋରିଆଲ ଦିବାରାତ୍ର କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଆଖ ପାଖ ଅଞ୍ଚଳରୁ ଆଠ ଟି ଦଳ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ ଏହି ପ୍ରତିଯୋଗିତା ପାଇଁ ସ୍ବର୍ଗତ ଦେବଦତ୍ତ ନାୟକ ଙ୍କ ସାନ ଭାଇ ଶ୍ରୀଯୁକ୍ତ ସ୍ଵଧନା ନାୟକ (ଗଣେଶ) ଙ୍କ ପ୍ରୟାସ ବେଶ୍ ପ୍ରଶଂସିତ ହୋଇଛି। ପ୍ରତିଯୋଗିତା ର ଆରମ୍ଭ ଓ ଶେଷ ଦିବସ ର କ୍ରୀଡା ଉତ୍ସଵ ରେ ପୁର୍ବତନ ରଞ୍ଜିତ ଟ୍ରଫି ଖେଳାଳି ଶ୍ରୀଯୁକ୍ତ ପ୍ରଭଞ୍ଜନ ମଲ୍ଲିକ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ପାଳିଆ ମାଟି ର ସମସ୍ତ ଯୁବକ କ୍ରିକେଟଖେଳ କୁ ନିଜ ଜୀବିକା ରୁପେ ଗ୍ରହଣ କରି ବାକୁ ଆହ୍ବାନ ଦେଇ ଥିଲେ। ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ପାଳିଆ ବିନ୍ଧା ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୁଲ୍ୟ କୁମାର ପରିଡ଼ା,ସମ୍ମାନୀୟ ଅତିଥ ଭାବେ ଯୋଗଦେଇ ଥିଲେ ତିହିଡ଼ି ଥାନା ର ଭାର ପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସତ୍ୟ ବ୍ରତ ଗ୍ରହା ଚାର୍ଯ୍ୟ। ଫାଇନାଲ ମ୍ୟାଚ ରେ ଚରମ୍ପା ଓ ନାୟାନନ୍ଦ ମଧ୍ୟ ରେ କଡ଼ା ମୁକାବିଲା ହୋଇ ଥିଲା। ଶେଷ ରେ ଚରମା ଦଳ ବିଜୟ ଲାଭ⁶ କରି ଥିଲା। ଅନ୍ୟମାନଙ୍କ ମଧ୍ୟରେ ଧନେଶ୍ଵର ବିଶ୍ୱାଳ, ନବକିଶୋର ମଲ୍ଲିକ, ଅମିୟ ରଞ୍ଜନ ମଲ୍ଲିକ, ସମିତି ସଭ୍ୟ ଶ୍ରୀଯୁକ୍ତ ଜୀବନ ଜ୍ୟୋତି ପଲେଇ, ତାପସ ଦାଶ, ସନ୍ତୋଷ କୁମାର ପାଣିଗ୍ରାହୀ ଯୋଗ ଦେଇ ଖେଳ ପ୍ରତିଯୋଗିତା ର ସଫଳତା କାମନା କରି ଥିଲେ। ସମସ୍ତ ଅତିଥି ମାନେ ଗଣେଶ ଙ୍କ ପ୍ରୟାସ କୁ ଧନ୍ୟ ବାଦ ଦେଇ ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
ପ୍ରଥମ ବାର୍ଷିକ ଦେବଦତ୍ତ ମେମୋରିଆଲ ଦିବାରାତ୍ର କ୍ରିକେଟ ପ୍ରତିଯୋଗିତା ପାଳିଆ ବିନ୍ଧା
|
March 5, 2026 |



