ପ୍ରଥମ ଦିନିକିଆ: ୱେଷ୍ଟଇଣ୍ଡିଜର ଦମଦାର ବିଜୟ

Spread the love

ଚେନ୍ନଇ, ୧୫/୧୨ (ସନ୍ଧାନ ନିଉଜ) : ଚେନ୍ନଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ପ୍ରଥମ ଦିନିକିଆରେ ଦମଦାର ବିଜୟ ହାସଲ କରିଛି ୱେଷ୍ଟଇଣ୍ଡିଜ। ୱେଷ୍ଟଇଣ୍ଡିଜର ବ୍ୟାଟ୍ସମ୍ୟାନ ସିମ୍ରନ ହେତମେୟର ଓ ସାଇ ହୋପଙ୍କ ଦମଦାର ଶତକ ବଳରେ ୱେଷ୍ଟଇଣ୍ଡିଜ  ଭାରତକୁୁ ୮ ୱିକେଟରେ ପରାସ୍ତ କରି ସିରିଜରେ ୧-୦ରେ ଆଗୁଆ ରହିଛି। ଭାରତର ୨୮୮ ରନ୍ ଟାର୍ଗେଟକୁ  ୱେଷ୍ଟଇଣ୍ଡିଜ ୪୭.୫ ବଲରେ ହାସଲ କରିନେଇଥିଲା। ୱେଷ୍ଟଇଣ୍ଡିଜର ଓପନର ସାଇ ହୋପ ୧୫୧ ବଲରେ ୧୦୨ ରନର ପାଳି ଖେଳିଥିଲେ ଯେଉଁଥିରେ ଗୋଟିଏ ଛକା ୭ଟି ଚୌକା ସାମିଲ ରହିଛି। ସେହିପରି ପ୍ରଥମ ଦିନିକିଆରେ ଦମଦାର ପଦର୍ଶନ କରି ୱେଷ୍ଟଇଣ୍ଡିଜକୁ ବିଜୟର ପ୍ରମୁଖ ଭୂମିକା ନେଇଥିବା ସିମ୍ରନ ହେତମେୟର ୧୦୬ ବଲରେ ୧୩୯ ରନର ପାଳି ଖେଳିଥିଲେ। ଏହି ପାଳିରେ ୭ଟି ଛକା ସହ ୧୧ ଟି ଚୌକା ସାମିଲ ରହିଥିଲା। ସିମ୍ରନ ହେତମେୟରଙ୍କୁ ଦମଦାର ପଦର୍ଶନ ପାଇଁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ମିଳିଛି। ଭାରତୀୟ ବୋଲର ମାନଙ୍କୁ ସଠିକ ମୁକାବିଲା କରି ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆରୁ ସିରିଜରେ ଆଗୁଆ ରହିଛି। ଦିପକ ଚହର ଏବଂ ମହମ୍ମଦ ସାମିଙ୍କୁ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

ୱେଷ୍ଟଇଣ୍ଡିଜ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେବା ସହିତ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ସମ୍ପୁର୍ଣ୍ଣ ୫୦ ଓଭର ଖେଳି ଭାରତ ୮ ୱିକେଟ ହରାଇ ୨୮୭ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲା।ଭାରତୀୟ ଦଳର ଦୁଇ ଯୁବ ବ୍ୟାଟ୍ସମ୍ୟାନ ଋଷଭ ପନ୍ତ(୭୧) ଓ ଶ୍ରେୟସ ଆୟର(୭୦) ରନ୍ ସଂଗ୍ରହ କରି ଦଳକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ।  ଦ୍ବି୍ତୀୟ ଦିନିକିଆ  ବୁଧବାର ୧୮  ଡିସେମ୍ବରରେ ବିଶାଖାପଟନମରେ ଖେଳାଯିବ।

Related Posts

About The Author

Add Comment