Homeଜିଲ୍ଲା ପରିକ୍ରମାଝାରସୁଗୁଡ଼ାପ୍ରଥମ କରି ନୂଆ ୩ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ: ରାସ୍ତା ସିଲ୍ ପ୍ରଥମ କରି ନୂଆ ୩ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ: ରାସ୍ତା ସିଲ୍ Manas Kumar Rout | April 29, 2020 | Spread the love ଝାରସୁଗୁଡା,୨୯/୦୪ (ସନ୍ଧାନ ନିୟୁଜ) ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ଚିନ୍ତା ବଢ଼େଇଛନ୍ତି ପଶ୍ଚିମବଙ୍ଗ ଫେରନ୍ତା। ଆଜି ସକାଳେ ଖୋର୍ଦ୍ଧା ଜିଲ୍ଳାରେ ଜଣେ ଆକ୍ରାନ୍ତ ହୋଇଥିବା ବେଳେ ମଧ୍ୟାହ୍ନରେ ଚିହ୍ନଟ ଓଡିଶା ୩ଟି ନୂଆ ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ଖବର ମିଳିଛି। ପ୍ରଥମ କରି ଦେବଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝରରେ ଚିହ୍ନଟ୍ ହୋଇଥିବା ବିଷୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି ହୋଇଛି।ସୂଚନା ମୁତାବିକ, ବୁଧବାର ମଧ୍ୟାହ୍ନରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଯଥାକ୍ରମେ ପ୍ରଥମ ଆକ୍ରାନ୍ତ କେନ୍ଦୁଝର ଜିଲ୍ଲାର ପଞ୍ଚପଲ୍ଲୀ ଅଞ୍ଚଳର ୬୦ବର୍ଷୀୟ ପୁରୁଷ, ଦ୍ୱିତୀୟ ଆକ୍ରାନ୍ତ ଦେବଗଡ ଜିଲ୍ଲା ବାସୁଦେବପୁରର ୩୪ବର୍ଷୀୟ ପୁରୁଷ ଏବଂ ତୃତୀୟ ଆକ୍ରାନ୍ତ ଜଣଙ୍କ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳର ୧୮ବର୍ଷୀୟ ଯୁବତୀ ବୋଲି ରାଜ୍ୟର ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଝାରସୁଗୁଡା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।ଜିଲ୍ଲାପାଳ ସରୋଜ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଆଜି ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଲଖନପୁର ବ୍ଲକର କୋଇଲିଘୁଗର ଫରେଷ୍ଟ ରୋଡ଼ ଓ ବେତଝରଣ ହିମଗିରି ଫରେଷ୍ଟ ରୋଡ଼ ପ୍ରଭୃତି ରାସ୍ତାକୁ ସିଲ୍ କରି ଦିଆଯାଇ ଫରେଷ୍ଟ ଗାର୍ଡ ମୁତୟନ କରାଯାଇ ବାହାର ଜିଲ୍ଲାରୁ ଝାରସୁଗୁଡ଼ା ଜିଲ୍ଲାକୁ ପ୍ରବେଶ ଉପରେ କଡ଼ାକଡ଼ି କଟକଣା କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। Related Posts ମୋଦି ସରକାରଙ୍କ ପାଇଁ ଭଲ ଖବର, ବିଶ୍ୱ ବ୍ୟାଙ୍କର ଇଜ-ଅଫ-ଡୁଇଙ୍ଗ ବିଜନେସ୍ ତାଲିକାରେ ୭୭ ତମ ସ୍ଥାନକୁ ଉଠିଲା ଭାରତ October 31, 2018 | Santosh Rout | ଅଧିକ ପଢନ୍ତୁ ମାଛ ପାଟିରେ ବ୍ରାଉନ୍ସୁଗର୍ May 10, 2020 | Manas Kumar Rout | ଅଧିକ ପଢନ୍ତୁ ଧାନ ଓଜନରେ ଠକେଇକୁ ନେଇ ତାତିଲେ ଚାଷୀ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତାରେ ବସିଲେ January 5, 2021 | 2005lindadavis1989 | ଅଧିକ ପଢନ୍ତୁ ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ January 30, 2021 | 2005lindadavis1989 | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ମୋଦି ସରକାରଙ୍କ ପାଇଁ ଭଲ ଖବର, ବିଶ୍ୱ ବ୍ୟାଙ୍କର ଇଜ-ଅଫ-ଡୁଇଙ୍ଗ ବିଜନେସ୍ ତାଲିକାରେ ୭୭ ତମ ସ୍ଥାନକୁ ଉଠିଲା ଭାରତ October 31, 2018 | Santosh Rout | ଅଧିକ ପଢନ୍ତୁ
ଧାନ ଓଜନରେ ଠକେଇକୁ ନେଇ ତାତିଲେ ଚାଷୀ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତାରେ ବସିଲେ January 5, 2021 | 2005lindadavis1989 | ଅଧିକ ପଢନ୍ତୁ
ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ January 30, 2021 | 2005lindadavis1989 | ଅଧିକ ପଢନ୍ତୁ