ପ୍ରତିଦିନ ୨୨ ଚାଷୀ ଆତ୍ମହତ୍ୟା କରୁଛନ୍ତି, ୪ବର୍ଷରେ ୧୨ହଜାରେରୁ ଅଧିକ ମୃତ୍ୟୁ ହୋଇଛି

Spread the love

ନୂଆଦିଲ୍ଲୀ ୯/୭ (ସନ୍ଧାନ ନିୟୁଜ ) ଗତ ୪ ବର୍ଷ ମଧ୍ୟରେ ଦେଶରେ କେତେ ଚାଷୀ ଆତ୍ମହତ୍ୟା କରିଛନ୍ତି ଏହାର ରେକର୍ଡ ସରକାରଙ୍କ ପାଖରେ ନାହିଁ। ଏନେଇ ଏକ ପ୍ରଶ୍ନର ଉତ୍ତରରେ ଲୋକ ସଭାରେ କୃଷିମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ସୂଚନା ଦେଇଛନ୍ତି। ୨୦୧୫ ପରଠାରୁ ସରକାରଙ୍କ ପାଖରେ ଏ ସମ୍ପର୍କିତ କୌଣସି ତଥ୍ୟ ନ ଥିବା ସେ କହିଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ନିକଟରେ କିଛି ରାଜ୍ୟର ଚାଷୀ ଆତ୍ମହତ୍ୟା ତଥ୍ୟ ପହଞ୍ଚି ନ ଥିବାରୁ ରେକର୍ଡ ଉପଲବ୍ଧ ହୋଇପାରି ନ ଥିବା ସେ କହିଛନ୍ତି। ତେବେ କଂଗ୍ରେସ ସଦସ୍ୟ ତରୁଣ ଗୋଗୋଇ ସରକାର ଜାଣିଶୁଣି ଏହି ତଥ୍ୟ ଲୁଚାଉଥିତ୍ବା ଅଭିଯୋଗ ଆଣିଛନ୍ତି। ଗତବର୍ଷ ଲୋକ ସଭାରେ ଉପସ୍ଥାପିତ ହୋଇଥିବା ତଥ୍ୟ ଅନୁସାରେ ୨୦୧୬ରେ ୬, ୩୫୧ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ଅର୍ଥାତ୍‌ ପ୍ରତିଦିନ ହାରାହାରି ୧୭ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ଅପରପକ୍ଷରେ ୨୦୧୫ରେ ୮,୦୦୭ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ଅର୍ଥାତ୍‌ ପ୍ରତିଦିନ ହାରାହାରି ୨୨ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ମାତ୍ର କେନ୍ଦ୍ର ସରକାରଙ୍କ ପାଖରେ ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ତଥ୍ୟ ନ ଥିବା ମନ୍ତ୍ରୀ କହିଛନ୍ତି।  ଥଇଥାନ ଏବଂ ରିଲିଫ୍‌ ବିଭାଗ ଅନୁସାରେ ୨୦୧୫ରୁ ୨୦୧୮ ମଧ୍ୟରେ କେବଳ ମହାରାଷ୍ଟ୍ରରେ ୧୨,୦୦୪ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ସେହିପରି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଅନୁସାରେ ମହାରାଷ୍ଟ୍ରରେ ୨୦୧୦ରୁ ୨୦୧୪ ମଧ୍ୟରେ ୮,୦୦୯ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ।

Related Posts

About The Author

Add Comment