ବଡସାହି: ୧୬/୦୬ (ସନ୍ଧାନ ନିଉଜ) ଏହି ବ୍ଲକର ପ୍ରତାପପୁର ପଚାୟତରୁ ସ୍ଥାନୀୟ ସଂକ୍ରମିତ ଜଣେ ମହିଳା ୬ ତାରିଖରେ ପ୍ରଥମ ଚିହ୍ନଟ ହୋଇଥିଲେ । ସେ ଏକ ସାମାଜିକ ଉସେôାବରେ ଯୋଗ ଦେଇଥିବାରୁ ଗ୍ରାମ ଲୋକ କାଳେ ସଂକ୍ରମିତ ହୋଇଥିବେ ତଥା ଅନ୍ୟ କେହି ସଂକ୍ରମିତ ନହୁଅନ୍ତୁ, ସେଥିପାଇଁ ସରପଂଚ ସସ୍ମୀତା ନାୟକ ପଚାୟତ ବୌଠକରେ ନିଷ୍ପତି କ୍ରମେ ଶୁକ୍ରବାର ସନ୍ଧ୍ୟା ପଯ୍ୟନ୍ତ ୭୨ ଘଣ୍ଟା ପାଇଁ ସମଗ୍ର ପଚାୟତକୁ ସଟଡାଉନ ଘୋଷଣା କରିଥଜଲେ । ସମୟ ପୂରିବା ପରେ ପଚାୟତରେ ସ୍ୱାଭାବିକ ଅବସ୍ଥା ଫେରିଛି । ସଟଡାଉନ ସମୟରେ ପଚାୟତ ପଷରୁ ଗ୍ରମର ଓ ସ୍ୱେଛାସେବୀ ବିଭିନ୍ନ ଗ୍ରମରୁ ସଂଯୋଗ କରୁଥୀବା ରାସ୍ତାରେ ପର ର ଅନୁମତି ଦେଇନଥିଲେ ଗ୍ରମରୁ କେହି ବାହାରକୁ ଯିବା ତଥା ଆସିବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଥିଲେ । ଆକ୍ରାନ୍ତ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଠାରୁ ନମୁନା ସଂଗ୍ରହ କରି କୋଭିଡ୍ ପରୀକ୍ଷା ପାଇଁ ପଠାଯାଇଥିଲା ଯାହାର ରିପୋର୍ଟ ନେଗେଟିଭ ଆସିବାରୁ ସମସ୍ତେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।
ତେବେ ଆକ୍ରାନ୍ତଙ୍କ ମାଁ ଙ୍କ ନମୁନା ପଜିଟିଭ ଜଣା ପଡିବା ପରେ ଶନିବାର ରାତିରେ ତାଙ୍କ ନିଜ ଘର ବାରିପଦା ସଦର ବ୍ଲକ ଅଧୀନ ବଡଯୋଡ ପଂଚାୟତରୁ ଜିଲ୍ଲା କୋଭିଡ୍ ଡାକ୍ତରଖାନାକୁ ନିଆଯାଇଛି । ଜ୍ୱାଇଁଙ୍କ ଗୋଡ ଭାଙ୍ଗିଥିବାରୁ ସେ ପ୍ରତାପପୁରକୁ ଆସିଥିଲେ । ଅନ୍ୟ ପକ୍ଷରେ ବଡସାହି କୋଭିଡ୍ କେୟାର କେଦ୍ରରୁ ରବିବାର ଚିହ୍ନଟ ଚେନ୍ନାଇ ଫେରନ୍ତା ପ୍ରବାସୀ ୨୨ ବର୍ଷର ଯୁବକ ଜଣେ ସାଙ୍ଗଙ୍କ ସହିତ ଆସି ଛେଳିଆ(କ) ପଚାୟତର ଟିଏମସିରେ ରହୁଥିଲେ । ତେବେ ଲକ୍ଷଣ ସନେ୍ଦହଯୁକ୍ତ ଜଣାପଡିବା ପରେ ତାଙ୍କୁ ବଡସାହି କୋଭିଡ୍ କେୟାର କେନ୍ଦ୍ରରେ ରଖାଯାଇ ଚିକିସôା କରାଯାଉଥିଲା । କୋଭିଡ୍ ପରୀକ୍ଷା ପାଇଁ ତାଙ୍କର ନମୁନା ପଠାଯାଇଥିବା ବେଳେ ଶନିବାର ରିପୋର୍ଟ ଆସିବା ପରେ ତାଙ୍କୁ ରାତିରେ ବାଙ୍କିଶୋଳ କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ସାଙ୍ଗ ଜଣଙ୍କୁ କୋଭିଡ କେୟାର କେନ୍ଦ୍ରରେ ରଖାଯାଇଛି । ଆକ୍ରାନ୍ତ ସାଙ୍ଗଙ୍କ ସହିତ ଛେଳିଆ(କ) ଟିଏମସିରେ ରହୁଥିବା ୩ ଜଣ ପ୍ରବାସୀ ହୋମ କ୍ୱରେଣ୍ଟାଇନରେ ଥିବା ବେଳେ ରବିବାର ପୁର୍ନବାର କୋଭିଡ ପରୀକ୍ଷା ପାଇଁ ନମୁନା ନିଆଯାଇଛି । ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଘରେ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ବର୍ତମାନ ସୁଧା ସରକାରୀ ଘୋଷଣା ଅନୁଯାୟୀ ବଡସାହି ବ୍ଲକରେ ମୋଟ ୪ଜଣ ସଂକ୍ରମିତ ଚିହ୍ନଟ ପରେ ଚିକିସôାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରେ ୩ଜଣ ସ୍ଥାନୀୟ ଓ ଜଣେ କ୍ୱରେନଟାଇନ କେନ୍ଦ୍ରର ଅଟନ୍ତି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା



