ବେତନଟୀ, ୧୮.୦୧.୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ବେତନଟୀ ପୂର୍ଷ ଉପଖଣ୍ଡ ଅଧୀନରେ ଏମଡିଆର-୭୦, ‘ବୈଶିଙ୍ଗା-ମାଣତ୍ରି ରାସ୍ତାର ବୁଢ଼ାବଳଙ୍ଗ ନଦୀ ଉପରେ ନାଖରା ପୋଲର ମରାମତି ପାଇଁ ବାଟ ଫିଟିଛି। ଏହି ବିପଦସଙ୍କୁଳ ପୋଲ ସମ୍ପର୍କରେ ସମ୍ବାଦରେ ଏକାଧିକ ବାର ଖବର ପ୍ରକାଶ ପରେ କର୍ତ୍ତୁପକ୍ଷଙ୍କ ଚେତା ପଶିଥିଲା । ବିଭାଗୀୟ କର୍ତ୍ତୁପକ୍ଷ ପୋଲର ସ୍ଥିତି ଯାଞ୍ଚ କରିବା ପରେ ବ୍ୟୟ ଅଟକଳ କରିଥିଲେ। ଏବେ ପୋଲ ମରାମତି ପାଇଁ ଆରମ୍ଭ ହୋଇଛି ଟେଣ୍ଡର ପ୍ରକ୍ରିୟା ସୂଚନାଯୋଗ୍ୟ; ୧୯୯୭-୯୮ ମସିହାରେ ନିର୍ମିତ ହୋଇଥିଲା ଏହି ପୋଲ । ପ୍ରତିବର୍ଷ ବର୍ଷା ଦିନେ ବୁଢ଼ାବଳଙ୍ଗରେ ବଢ଼ିପାଣି । ଆସିଲେ ପୋଲ ଉପରେ ପାଣିଚାଲେ। ପୁଣି ଧୀରେ ଧୀରେ ଏହି ପୋଲର ସୁରକ୍ଷା କାଛଗୁଡିକ ଦୋହଲି ଯାଇଥିଲା। ଯୁଦ୍ଧକାଳୀନ ଭିତ୍ତିରେ ଏହାର , ମରାମତି ପାଇଁ ୨ କୋଟି ୪୨ ଲକ୍ଷ ଟଙ୍କାର ଅଟକଳ ହୋଇଥିଲା । ଏହି ମରାମତିକୁ ବିଭାଗ ଗୁରତ୍ବର ସହ ନେଇଛି ଓ ଶୀଘ୍ର ମରାମତି କାମ ଆରମ୍ଭ ହେବ ବୋଲି ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୀବ ମହାନ୍ତି ସମ୍ବାଦକୁ କହିଛନ୍ତି। ଏଠାରେ ଏକ ହାଇଲେବଲ ପୋଲ ନିର୍ମାଣ ପାଇଁ ମଧ୍ୟ ଯୋଜନା ଥିବା ସେ ସୂଚନା ଦେଇଛନ୍ତି ।
ପୋଲ ମରାମତି ବାଟ ଫିଟିଲା
|
January 18, 2021 |
