ମାଲକାନାଗିରି, ୧୧/୦୬ (ସନ୍ଧାନ ନିୟୁଜ୍)- ପାଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଘରେ ପସି ଜଣକୁ ଗୁଳି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ପାଲିସ୍ ଇନଫର୍ମର ସନ୍ଦେହରେ ୧୦ / ୧୫ ଜଣ ମାଓବାଦୀ ରବିବାର ବିଳମ୍ବିତ ରାତିରେ କାଲିମେଳା ଥାନା ଅନ୍ତର୍ଗତ ସିଲାକଟା ଗାଁ ର ମଙ୍ଗୁଳୁ ବାଂଜାମୀ ଘରେ ବସି ତା ଉପରକୁ ଗୁଳି ଚଳାଇ ଚାଲିଯାଇଥଥିଲେ । ଗୁଳିଟି ମଙ୍ଗୁଳୁ ର ଜଂଘରେ ବାଜିଛି । ଘଟଣାସ୍ଥଳରୁ ଗୁଳି ଓ ଖୋକା ଜବତ ହୋଇଛି । ଗୁରୁତର ଅବସ୍ଥାରେ ମଙ୍ଗୁଳୁକୁ ମାଲକାନାଗିରି ହସପିଟାଲରେ ଭର୍ତି କରାଯାଇଛି ।
ପୋଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀ ଗୁଳି କଲେ
|
June 12, 2018 |
