ଯାଜପୁର ଟାଉନ, ୧୧/୧୨ (ସନ୍ଧାନ ନିୟୁଜ୍) ପୋଖରୀରେ ବୁଡି ଯୁବକର ମୃତ୍ୟୁ । ଏଭଳି ଅଭାବନିୟ ଘଟଣା ହୋଇଛି ଯାଜପୁର ମଙ୍ଗଳପୁର ଥାନା ଛଂଚିଣା ଗାଁ ରେ । ମୃତକ ଜଣକ ହେଲେ ଏହି ଗାଁର ଗୌରଶ୍ୟାମ ରାଉତଙ୍କ ପୁଅ ପବିତ୍ର ରାଉତ । ପବିତ୍ର ଆଜି ସକାଳୁ ବାଡି ପଛପଟ ପୋଖରୀକୁ ଶୈାଚ ହେବାକୁ ଯାଇଥିବା ସମୟରେ ଗୋଡ ଖସିଯିବାରୁ ବୁଡି ଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ । ପୋଖରୀ କୂଳରେ ପବିତ୍ରର ଲୁଗାପଟା ପଡିଥିବା ଦେଖି ଗ୍ରାମବାସୀ ଦଶରଥପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି କରିବା ପରେ ପବିତ୍ରଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ମଙ୍ଗଳପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।Report-P samal
ପୋଖରୀରେ ବୁଡି ଯୁବକର ମୃତ୍ୟୁ
|
December 11, 2019 |