ବାରିପଦା, 04.12.2020 (ଲିଙ୍ଗରାଜ ପଣ୍ଡା): ଦୁନିଆରେ ପେଟ, ଚାଖଣ୍ଡକ ଲାଗି ମଣିଷ ବାର ଦୁଆର ତେର ଗଳି ହେଉଛନ୍ତି । ପୁଣି କିଛି ଲୋକ ଅସତ୍ ଉପାୟରେ ଧନ ରୋଜଗାରରେ ମାତିଥିବାବଳେ ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରୁ ଆସି ବାରିପଦାରେ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଛନ୍ତି ଗୁଫରାନ ଖାନ । ବାରିପଦା ରଘୁନାଥପୁର ଠାରେ ଏକ ଘର ଭଡା ନେଇ ବାରିପଦା ବାଘଡା କୋଷ୍ଠା ରାସ୍ତାର କଡ଼ରେ ଗୁଫରାନ ସିମେଣ୍ଟରେ ତିଆରି କରୁଛନ୍ତି ଭଳିକି ଭଳି ଫୁଲକୁଣ୍ଡ ସାଙ୍ଗକୁ ବିଭିନ୍ନ ଘରକରଣା ସାମଗ୍ରୀ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ କଞ୍ଚାମାଲ ମଧ୍ୟରେ ସିମେଣ୍ଟ ଲୁ ହାଛଡ ବାଲି ଆଦି ବ୍ୟବହାର କରି ଗୁଫରାନ ସେଗୁଡିକୁ ଫର୍ମ ସାହାଯ୍ୟରେ ସୁନ୍ଦର ସୁନ୍ଦର ଡିଜାଇନର ଆକୃତି ଦେଉଛନ୍ତି । ବର୍ତ୍ତମାନ ସମୟରେ ଘର କରଣା ପାଇଁ କାଠ ସାମଗ୍ରୀ ଦପ୍ରାପ୍ୟ ହୋଇ ଯାଇଥିବା ବେଳେ ନୂତନ ଘର ପାଇଁ ସିମେଣ୍ଟରେ ତିଆରି ସୁନ୍ଦର ସୁନ୍ଦର ଡିଜାଇନର ଦ୍ଵାର ବନ୍ଧ, ଝରକା, ଚେୟାର, ପିଲାର ଆଦି କରୁଛନ୍ତି । ବିଭିନ୍ନ ରଙ୍ଗରେ ସୁସଜଚିତ ଏହି ସାମଗ୍ରୀ ଗୁଡିକ ଦେଖବାକୁ ଯେତିକି ଆକର୍ଷଣୀୟ ସେତିକି ଅତ୍ୟାଧୁନିକ ତଥା ସୁଲଭ ମୂଲ୍ୟରେ ସହଜ ଉପଲବ୍ଧ ମ ଗୁଫରାନଙ୍କ ସହିତ ଏହି କାମରେ ସାଥୀ । ଦେଉଛନ୍ତି ତାଙ୍କ ଭିଣୋଇ, ଭଣଜା ଓ ପୁତୁରା । ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲା ବାଙ୍ଗରମୌଉ ଗାଁରେ ତାଙ୍କର ପରିବାର ରହୁଥିବା ବଳେ ସେଠାରେ ତାଙ୍କର ସ୍ତ୍ରୀ ଙ୍କ ସହିତ ୨ଟି ପୁଅ (ଗୋଟିଏ ତିନିବର୍ଷର ଓ ଗାଟିଏ ୨ମାସର ପୁଅ) ଅଛନ୍ତି । ଘର ଦ୍ୱାର ଛାଡି ସୁଦୁର ଉତ୍ତର ପ୍ରଦେଶରୁ ଆସି ବାରିପଦା ଠାରେ । ଗୁଜୁରାଣ ମେଣ୍ଟାଇବା ଲାଗି ପଡି ରହିଥିବା ଗୁଫରାନ ଓ ତାଙ୍କ ସହିତ ତାଙ୍କର ୩ ସଂପର୍କୀୟ କିନ୍ତୁ କରୋନା ମହାମାରୀ କାଳରେ ଏକ ରକମ ଫସି ରହିଛନ୍ତି । ଲଡାଉନ୍ ସର୍ଟ ଡାଉନ୍ ଯୋଗୁଁ ନିଜ ଗାଁକୁ ଯାଇ ପାରି ନଥିବା ଗୁଫରାନ ତାଙ୍କ ୨ମାସର ଛୋଟ ପୁଅକୁ ମଧ୍ୟ ଦେଖୁ ନ ଥିବା କହିଛନ୍ତି । ଲୋକଙ୍କ ଘର ଓ ବାଲକୋନିକୁ ଫୁଲକୁଣ୍ଡ ଦ୍ୱାରା ସଜାଉଥିବା ଗୁଫରାନଙ୍କ ବ୍ୟବସାୟକୁ କରୋନା ଏବେ ସଂପୂର୍ଣ୍ଣଭାବେ ଗିଳି ପକାଇଛି ଲଡାଉନ୍ କଟକଣା କୋହଳ ହେବା ପରେ ବିକ୍ରି ଆରମ୍ଭ ହୋଇଥିଲେ ମଧ୍ୟ ବ୍ୟବସାୟ ଭଲଭାବେ ଚାଲୁନି ଫଳରେ ବେଳେ ବେଳେ ନିଜ ପେଟକୁ ଦାନା ଯୋଗାଡ କରିବାରେ ମଧ୍ୟ ଅସୁବିଧା ହେଉଥିବା ଗୁଫରାନ କହିଛନ୍ତି । ଦୀର୍ଘ ୮ମାସ ଧରି ଘରକୁ ଯାଇ ନଥିବା ଗୁଫରାନ ନିଜ ୨ମାସର ସାନ ପୁଅକୁ ମଧ୍ୟ ଦେଖୁବାର ସୁଯୋଗ ପାଇ ନଥିବାରୁ ଟଙ୍କା ଯୋଗାଡ଼ ହେଲେ ଉତ୍ତର ପ୍ରଦେଶ ଯିବାକୁ : ଚାହୁଥିବା କହିଛନ୍ତି ତାଙ୍କ ନିର୍ମିତ ବିଭିନ୍ନ ଆକୃତିର ଫୁଲକୁଣ୍ଡ ଗୁଡିକର ଦାମ ୬୦ଟଙ୍କାରୁ ଆରମ୍ଭ ହୋଇ ୮୦ଟଙ୍କା, ୧୦୦ଟଙ୍କା, ୨୦୦ଟଙ୍କା, ୨୫୦ଟଙ୍କା ରହିଛି । ସେହିପରି ଦ୍ଵାରବନ୍ଧର ଦାମ ୧୪୦୦ଟଙ୍କା ଥିବା ବଳେ ବିଭିନ୍ନ ସାଇଜର ଝରକା ୧୮୦୦ଟଙ୍କାରୁ ୨୨୦୦ଟଙ୍କା, ସ୍କାଇଲାଇଟ ୮୦ରୁ ୧୫୦ଟଙ୍କା, ଚେୟାର ୩୫୦ଟଙ୍କା, ପିଲାର ୨୨୦ଟଙ୍କା ରହିଛି । ଅତ୍ୟନ୍ତ ଅଧୁନିକ ଓ କାରୁକାର୍ଯ୍ୟ ସହିତ ଏହି ସିମେଣ୍ଟ ତିଆରି ସାମଗ୍ରୀ ପ୍ଲାଷ୍ଟିକ ଠାରୁ ଅତ୍ୟନ୍ତ ଉନ୍ନତମାନର ହୋଇଥିବା ବଳେ ପ୍ରଦୂଷଣ ମୁକ୍ତ ମଧ୍ୟ ଆଗକୁ ଆହୁରି ଅନେକ ପ୍ରକାରର ଘରକରଣା ସାମଗ୍ରୀ ସେ ତିଆରି କରି ଚାହିଦା ଅନୁଯାୟୀ ଉପଲବ୍ଧ କରାଇବେ ବୋଲି କହିଛନ୍ତି ।


