ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଝାମ୍ପିନେଲେ ୮ ଲକ୍ଷ ୧୦ ହଜାର ଟଙ୍କା
ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଝାମ୍ପିନେଲେ ୮ ଲକ୍ଷ ୧୦ ହଜାର ଟଙ୍କା
Santosh Rout |
March 17, 2021 |
- ଜେନାପୁର/୧୭/୦୩/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ) ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବଳରାମ ପୁର (କନ୍ତପଡା)ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଝାମ୍ପିନେଲେ ୮,ଲକ୍ଷ ଦଶ ହଜାର ଟଙ୍କା ।ଘଟଣାରୁ ପ୍ରକାଶ ଗତ ଚାରି ଦିନ ଧରି ହେବ ବ୍ୟାଙ୍କ ବନ୍ଦ ଥିବା କାରଣରୁ ପେଟ୍ରୋଲ ପମ୍ପର ଟଙ୍କା ଜମା ହୋଇ ନଥିଲା ।ଆଜି ପମ୍ପର ଜଣେ କର୍ମଚାରୀ ସକାଳ ୧୧ ଟା ୩୦ ସମୟରେ ନିଜ ହିରୋ ଗ୍ଲାମର ବାଇକ ଯୋଗେ କବାଟ ବନ୍ଧ ଷ୍ଟେଟବ୍ୟାଙ୍କକୁ ଯାଉଥିବା ସମୟରେ ବାରକଣା କେଳ ପଡ଼ିଆ ଲିମ୍ବ ଗଛ ମୂଳରେ ପୂର୍ବରୁ ୩ ଜଣ ଦୁର୍ବୁତ୍ତ ମୁହଁରେମାକ୍ସ ଲଗାଇ ଏକ କଳା ନାଲି ରଙ୍ଗର ଆପାଚି ଧରି ଥିଲାବେଳେ କର୍ମଚାରୀ ଜଣଙ୍କ ସେଠାରେ ପହଁଞ୍ଚିବା ମାତ୍ରେ ଦୁର୍ବୁତ୍ତ ମାନେ ଝାମ୍ପି ନେଇ ବ୍ରାହ୍ମଣୀ ନଦୀର ମାଳ ହାଟ ଅଭିମୁଖେ ଦ୍ରୁତ ଗତିରେ ଚାଲି ଯାଇଥିଲେ ।ସଂଗେ ସଂଗେ କର୍ମଚାରୀ ଜଣଙ୍କ ପେଟ୍ରୋଲ ପମ୍ପ କୁ ଫୋନକରିବା ସାଙ୍ଗକୁ ଜେନାପୁର ପୋଲିସ ଙ୍କୁ ଫୋନ କରିଥିଲେ ।ସଂଗେ ସଂଗେ ଘଟଣା ସ୍ଥଳରେ ପୋଲିସ ପହଂଚି ଘଟଣା ର ତଦନ୍ତ କରି ବ୍ରାହ୍ମଣୀ ବ୍ରିଜ଼ି ଅଂଚଳରର ଖା୍ନ୍ ଭିନ୍ନ ଜାରି ରଖିଛି ।
Related Posts
About The Author