ୱାଶିଂଟନ୍, ଅଗଷ୍ଟ ୦୯ (ସନ୍ଧାନ ନିଉଜ): ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡାସ୍ଥିତ ମାର-ଏ-ଲାଗୋ ରିସର୍ଟ ଉପରେ ଏଫବିଆଇ ଚଢଉ କରିଛି । ଡୋନାଲ୍ଡ ଟ୍ରମ୍ପ ନିଜେ ଏବାବଦରେ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପାମ୍ ବିଚ୍ସ୍ଥିତ ମାର-ଏ-ଲାଗୋ ଉପରେ ଏଫବିଆଇର ଅଧିକାରୀମାନେ ଚଢ଼ଉ କରିଛନ୍ତି ଏବଂ ଏହାକୁ ଜବତ କରିଦେଇଛନ୍ତି । କୁହାଯାଉଛି ଯେ, ଏଫବିଆଇର ଏହି ଚଢ଼ଉ ଉପରାଷ୍ଟ୍ରପତିଙ୍କ କାଗଜପତ୍ର ଖୋଜୁଛନ୍ତି, ଯାହାକୁ ଟ୍ରମ୍ପ ହ୍ୱାଇଟ୍ହାଉସ ଛାଡ଼ିବା ପରେ ଫ୍ଲୋରିଡା ନେଇଯାଇଥିବା ସଂଦେହ କରାଯାଉଛି ।
ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫ୍ବିଆଇର ଚଢ଼ଉ, କହିଲେ- ଆସିଲା କଳାଦିନ
|
August 9, 2022 |