ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜେଡ଼ି ଘରକୁ ଫେରିଲେ

Spread the love

ଯାଜପୁର ସଦର,୦୪ା୦୩: ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ବିଜୁ ଜନତା ଦଳ ବିଜେଡ଼ିକୁ ଫେରି ଆସିବାରୁ ବିଜୁ ଜନତା ଦଳର କର୍ମୀ ମାନଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ମହାନ୍ତି ବିଜୁ ଜନତା ଦଳରୁ ଶଙ୍ଖ ଭବନରେ ବିଜେଡ଼ି କାର୍ଯର୍୍ୟାଳୟରେ ଶତାଧିକ କର୍ମି ମାନଙ୍କୁ ନେଇ ବିଜୁ ଜନତା ଦଳରେ ଯୋଗଦେଇଥିବା ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ମହନ୍ତିୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ପ୍ରଣବ ବଳବନ୍ତରାୟ ବିଜେଡ଼ି ଦଳକୁ ପାଛୋଟି ନେଇଥିଲେ । ଏହି ଅବସରରେ ରାଜ୍ୟ ସଭା ସାଂସଦ ସସ୍ମିତା ପାତ୍ର ଶ୍ରୀ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଯାଜପୁର ଜିଲ୍ଲାରେ ଦକ୍ଷ ରାଜନୈତିକ ବରିଷ୍ଠ ନେତା ଭାବରେ କାର୍ଯ୍ୟକରି ଲୋକମାନଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ । ସେହିପରି ଜନତା ଦଳରୁ ରାଜନିତି ଆରମ୍ଭ କରି ବିଭିନ୍ନ ପଦପଦବୀରେ କାର୍ଯ୍ୟକରି ଲୋକ ମାନଙ୍କ ପ୍ରିୟପାତ୍ର ହହୋଇ ପାରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଶ୍ରୀ ମହାନ୍ତି ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ କାର୍ଯ୍ୟକରି ଜିଲ୍ଲା ପରିଷଦ ଠାରୁ ଆରମ୍ଭ କରି ରସୁଲପୁର ବ୍ଲକର ଭାଇସ ଚ୍ୟାରମ୍ୟାନ ଜିଲ୍ଲା ବିଜେଡ଼ି ସଭାପତି ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ କାମକରି ଯାଜପୁର ଜିଲ୍ଲାରେ ବେଶ ପରିଚିତ ଅଟନ୍ତି । ଯାଜପୁରରେ ପ୍ରଶଂସାର ପାତ୍ର ହୋଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ମୋ ଘରକୁ ମୁ ଫେରି ଆସିଲି ବୋଲି ଶ୍ରୀ ମହାନ୍ତି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଥିଲେ ।

Related Posts

About The Author

Add Comment