ଓଡିଶା କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ବିୟୋଗର ଏକ ବର୍ଷ ବିୟୋଗ ଅବସରରେ ଏକ ଆଭାସୀ ସ୍ମୃତିସଭା ଅନୁଷ୍ଠିତ ହେଇଯାଇଅଛି । ହାଇଦ୍ରାବାଦ ବିଶ୍ବବିଦ୍ଯାଳୟର ପ୍ରଫେସର ଏସ୍ ସୁଧାକର ବାବୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଭାରତର ବିଭିନ୍ନ ରାଜ୍ୟରେ ଅବସ୍ଥାପିତ ସାର୍ ଙ୍କ ଛାତ୍ର ଏବଂ ସହକର୍ମୀ ମାନ ଯୋଗଦାନ କରିଥିଲେ । କେରଳ କେନ୍ଦ୍ରିୟ ବିଶ୍ବବିଦ୍ଯାଳୟର ପ୍ରଫେସର ଏମ୍ ଆର୍ ବୁଜି, କଲିକତା ବିଶ୍ବବିଦ୍ଯାଳୟର ପ୍ରଫେସର ଦିପଙ୍କର ସିହ୍ନା, ହାଇଦ୍ରାବାଦ ରୁ ପ୍ରଫେସର ଏସ ସାଜି, ରାଜସ୍ଥାନ କେନ୍ଦ୍ରିୟ ବିଶ୍ବବିଦ୍ଯାଳୟରୁ ପ୍ରଫେସର ଏସ୍ ଏନ ଆମ୍ବେଦକର ତଥା ପ୍ରଫେସର ଜୀବନ କୁମାର, ସାର୍ ଙ୍କ ଅତିନିବିଡ ଦୁଇ ସ୍କଲାର ଡ.ସୌମେନ୍ଦ୍ର ତଥା ଡ. ଉମା ମହେଶ୍ୱର ତଥା ଅନ୍ୟମାନେ ଯୋଗଦେଇ ପ୍ରଫେସର ରାମବ୍ରହ୍ମଂଙ୍କ ସହ ବିତେଇଥିବା ସ୍ମୃତି ରୋମାନ୍ଥନ କରିଥିଲେ । ସଭାରେ ପ୍ରଫେସର ରାମବ୍ରହ୍ମଂ ଙ୍କ ପତ୍ନୀ ଆଇ. ଲକ୍ଷ୍ମୀ ତଥା ଝିଅ ଆଇ. ଅନୁପମା ଯୋଗଦେଇ କିଭଳ ତାଙ୍କ ଘର ବିଶ୍ବବିଦ୍ଯାଳୟର ଶିକ୍ଷାର ଅଭିନ୍ନ ପ୍ରକୋଷ୍ଠ ପାଲଟି ଯାଇଥିଲା, ତଥା ନିଜ ସନ୍ତାନ ମାନଙ୍କ ଅପେକ୍ଷା ନିଜ ବିଦ୍ୟାର୍ଥିଙ୍କ ଜୀବନକୁ କିଭଳି ଗୁରୁତ୍ୱ ଦେଉଥିଲେ ତଥା ଛାତ୍ରଙ୍କ ଉନ୍ନତି କଳ୍ପେ ନେଉଥିବା ପଦକ୍ଷେପ ମାନ ପ୍ରକାଶ କରିଥିଲେ ।
ଏଥିରେ ପ୍ରଫେସର୍ ରାମବ୍ରହ୍ମଂଙ୍କ କାର୍ଯ୍ୟଶୈଳିକୁ ନେଇ ଏକ ପ୍ରୟୋଗାତ୍ମକ ସିଦ୍ଧାନ୍ତ ତଥା ପୁସ୍ତକ ଏବଂ ଆଗାମୀ ବର୍ଷ ମାନଙ୍କରେ ସ୍ମୃତି ଆଲୋଚନା ମାଳା ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଥିଲା ।