ସୁନ୍ଦରଗଡ ତା:୪/୧/୨୦୨୬( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲାର ଦର୍ଲିପାଳି – ରାଏଡିହି ପ୍ରସିଦ୍ଧ ମା ଚନ୍ଦଲି ପାଟ ଯାତ୍ରା ଭକ୍ତଙ୍କ ଅସଂଖ୍ୟ ଭିଡ ଦେଖିବାକୁ ମିଳିଛି । ପୌରାଣିକ ଅନୁସାରେ ଆଜି ମାଆ ଜାଗ୍ରତ ହୋଇଥାନ୍ତି ଓ ଭକ୍ତ ଯାହା ମାଗିଥାନ୍ତି ମାଆ ତାହା ପୁରଣ କରିଥାନ୍ତି ବୋଲି ସୂଚନା ରହିଛି । ଭକ୍ତ ଙ୍କ ଅଟକି ରହିଥିବା କାମ ମାଆ ଙ୍କ ଆଶୀର୍ବାଦରେ ପୁରଣ ହେବା ସହ, ନିଃସନ୍ତାନ ଙ୍କୁ ସନ୍ତାନ ପ୍ରାପ୍ତି, ଅନେକ ରୋଗୀ ଅଚଳ ଅବସ୍ଥାରେ ଥାଇ ମାଆ ଙ୍କ ପୀଠ ରୁ ଭଲ ହୋଇ ଯାଇଥିବା ଏପରି ଅନେକ ଚମତ୍କାର ମାଆ ଙ୍କ ଆଶୀର୍ବାଦରେ ଘଟିଥିବା କିମ୍ୱଦନ୍ତୀ ରହିଛି । ଏହି କାରଣରୁ ମାଆ ଙ୍କ କରୁଣା ଲାଭ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ । ସବୁଜ ବାନାନିରେ ପରିପୂର୍ଣ ପାହାଡ ଉପରେ ମାଆ ବିଦ୍ୟମାନ ଥିବାବେଳେ ଏହି ସମୟରେ ଅଞ୍ଚଳ ଭକ୍ତମୟ ହୋଇଥିବା ଦେଖିବାକୁ ମିଳିଥାଏ । ପ୍ରଥମେ ମାଆ ଖୋଲା ଆକାଶରେ ପୂଜା ପାଉଥିବା ବେଳେ ଗତ ନଅ ବର୍ଷ ହେବ ମାଆ ଙ୍କ ମନ୍ଦିର ହୋଇ ପୂଜା ବିଧି ହେଉଥିବା ଦେଖିବାକୁ ମିଳିଛି । ଏହି ପର୍ବ ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ ହୋଇଥିବା ବେଳେ ମାଆ ଜାଗ୍ରତ ଅବସ୍ଥାରେ ରହି ସମସ୍ତଙ୍କ ମନସ୍କାମନା ପୁରଣ କରିବା ସହ ଭାଇଚାରା ଲାଗିରହୁ ବୋଲି ସଦର ବିଧାୟକ ଯୋଗେଶ ସିଂ ମାଆ ଙ୍କ ଦର୍ଶନ କରି ମତ ରଖିଥିଲେ ।
ପୁଷପୁନିପୁନି ମା ଚନ୍ଦଲି ଙ୍କ ଯାତ୍ରାରେ ଭକ୍ତଙ୍କ ସମାଗମ, ମନସ୍କାମନା ପୂର୍ଣ୍ଣ ନେଇ ଭକ୍ତଙ୍କ ଭିଡ
|
January 4, 2026 |



