ନୂଆଦିଲ୍ଲୀ, ୧୯/୨ (ସନ୍ଧାନ ନିଉଜ) : ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତ ୪୦ଜଣ ଯବାନଙ୍କୁ ହରାଇଛି। ରାଜନେତା, ଅଭିନେତା, ଜନତାଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ପିଲାମାନେ ମଧ୍ୟ ଘଟଣା ପାଇଁ ଦୁଃଖୀତ। ଆତଙ୍କବାଦୀଙ୍କ ଏହି ଆତ୍ମଘାତୀ ଆକ୍ରମଣରେ ପାକ୍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଚାରିଆଡ଼େ ନାରା ଦିଆଯାଉଛି ।
ଭାରତ ଆତଙ୍କୀ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିବା ପରେ ଏ ସମ୍ପର୍କରେ ସଫେଇ ଦେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଛନ୍ତି, ବିନା କୌଣସି ପ୍ରମାଣରେ ପାକିସ୍ତାନକୁ ଦାୟୀ କରିବା ଅମୂଳକ । ଭାରତ ପାଖରେ ଯଦି ପାକ୍ ବିରୋଧରେ କୌଣସି ପ୍ରମାଣ ଥାଏ, ତେବେ ସରକାର ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଆଉ ଏହାର ଜବାବରେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ନେତ୍ରୀ ମେହବୁବା ମୁଫତି ଇମ୍ରାନ ଖାନଙ୍କୁ ଆଉ ଏକ ସୁଯୋଗ ଦିଆଯାଉ ବୋଲି ବି କହିଛନ୍ତି ।
ସୂଚନାଯୋଗ୍ୟ ଏହା ପୂର୍ବରୁ ଭାରତ ଅନେକ ଥର ପାକିସ୍ତାନକୁ ଆତଙ୍କବାଦୀ ଆକ୍ରମଣ ପରେ ଅନେକ ପ୍ରମାଣ ଦେଇସାରିଛି । ଉରି ଠାରୁ ଆରମ୍ଭ କରି ପଠାନ କୋଟ ଆକ୍ରମ ନେଇ ପ୍ରମାଣ ଦେଇଛି ଭାରତ । କିନ୍ତୁ ପାକିସ୍ତାନ ଥରେ ମଧ୍ୟ ଆତଙ୍କବାଦୀଙ୍କ ବରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ବରଂ ଆତଙ୍କବାଦୀଙ୍କୁ ନିଜ ଦେଶରେ ଜାଗା ଦେଇ ଆତଙ୍କବାଦକୁ ପ୍ରଶୟ ଦେଉଛି ।