ବାରିପଦା, ,15/10 (ସନ୍ଧାନ ନ୍ୟୁଜ୍) :- ଆଦିବାସୀ ଯୁବକଙ୍କୁ ବିନା ଦୋଷରେ ପୁଲିସର ଥାର୍ଡ ଡିଗ୍ରୀ ପ୍ରସଙ୍ଗରେ ଯଶିପୁର ଥାନା ଅଧିକାରୀଙ୍କ ବିରୋଧରେ କରଞ୍ଜିଆ ଏସ୍ଡିଜେଏମ୍ କୋର୍ଟରେ ମାନ୍ୟବର ବିଚାରପତି ଲିପିକା ମହାନ୍ତି ଙ୍କ କୋର୍ଟରେ ମାମଲା ଦାୟର ହୋଇଛି । ଯଶିପୁର ଥାନା ଅନ୍ତର୍ଗତ ରୁ ଗୁ ଡି ପଞ୍ଚାୟତ ଜାଉରୀ ପୋଷି ଗ୍ରାମର ଜଗଦୀଶ ହେମ୍ବମ ପୀଡିତ)ଙ୍କ ଓକିଲ ବିକାଶ କୁମାର ସାହୁ ମାନ୍ୟବର ଏସ୍ ଡି ଜେଏମଙ୍କ କୋର୍ଟରେ ଏହି ମାମଲାକୁ ପଞ୍ଜିକରଣ କରାଇଥିବା ଜଣାପଡିଛି ମାନ୍ୟବର କରଞ୍ଜିଆ ଏସ୍ଡିଜେଏମ୍ କୋର୍ଟର ବିଚାରପତି ଲିପିକା ମହାନ୍ତିଙ୍କ କୋର୍ଟରେ କେସ ନଂ ୪୩|୨୦ରେ ମାମଲା ପଞ୍ଜିକୃତ ହେବା ସହିତ ଭାରତୀୟ ପିଙ୍ଗଳକୋର୍ଡ଼ର ଦଫା ୩୪୧| ୩୨୬୪୫9|୧୬୬୩୪ ଆଇପିସି ଲ । ଗାଁ ଥିବା ପ୍ରକାଶ ଥାଉକି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ରୁଗୁଡି ପଞ୍ଚାୟତ ଜାଉରୀ ପୋଷି ଗ୍ରାମର ଜଗଦୀଶ ହେମ୍ବ୍ରମ ନାମକ ଯୁବକଙ୍କୁ ପୁଲିସ ବିନା ଦୋଷରେ ତାଙ୍କୁ ଘରୁ ଟେକି ନେଇ ଥାନାରେ ଅକଥନୀୟ ଶାରୀରିକ ନିର୍ଯାତନା ଦେଇଥିବା ନେଇ ଜଗଦୀଶ କରଞ୍ଜିଆ ଏସଡିପିଓଙ୍କ ନିକଟରେ ଗତ ୧୨ତାରିଖ ଦିନ ଅଭିଯୋଗ କରିଥିଲେ । ଜଗଦୀଶଙ୍କ ଅଭିଯୋଗ ମୁତାବକ ଗତ ୨ତାରିଖରେ ସେ ଗାଁରେ ଉପସ୍ଥିତ ନ ଥୁଲା ବଳେ ପୁଲିସ ବିନା ଦୋଷରେ ତାଙ୍କୁ ୪ତାରିଖ ରାତି ସାଢେ ଦଶଟା ପାଖାପାଖୁ ଉଠାଇନେଇଥୁଲା ।ଯଶିପୁର ଥାନାରେ ପୁଲିସ ଜଗଦୀଶକୁ ଠେଙ୍ଗାରେ ନିନ୍ଧୁମ ଛେଚିଥିଲା । ମାଡ ଯୋଗୁଁ ଜଗଦୀଶଙ୍କ ଅଣ୍ଡା ପିଠି ଓ ହାତ ଗୋଡରେ ଗଭୀର ଆଘାତ ଲାଗିଥିଲା । ତେବେ ତା ପରଦିନ ପୁଲିସ ଯେତେବେଳେ ଜାଣିଲା ଯେ, ଜଗଦୀଶ ପ୍ରକୃତରେ ନିର୍ଦେଶ ସେତେବେଳେ ଡରାଇ ଧମକାଇ ଏକ ଅଣ୍ଡର ଟେକିଂ ଲେସ୍ ଛାଡି ଦେଇଥିଲା । ଏପରି କି କାହାରି ଆଗରେ କିଛି ପ୍ରକାଶ କଲେ ବା ଗଣ ମାଧ୍ୟମ ଆଗରେ କହି ଲେ ତା ବିରୋଧରେ ପୁଣି ଅଲଗା କେସରେ ଠୁଙ୍କି ଦେବ ବୋଲି ଧମକ ମଧ୍ୟ ଦେଇଥିଲା । ଜଗଦୀଶ ଥାନାରୁ ମୁକୁଳିବା ପରେ ଭୟଙ୍କର ଯନ୍ତ୍ରଣା ହେବାରୁ ୫ ତାରିଖ ଦିନ ସିଙ୍ଗଡା ରାଧାକୃଷ୍ଣ ଡ୍ରଗ ହାଉସରୁ କିଛି ଔଷଧ କିଣି ଥିଲେ । ଏହା ପରେ ମଧ୍ୟ ଯନ୍ତ୍ରଣା ଉପଶମ ନ ହେବାରୁ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାକୁ ୯ ତାରିଖରେ ଯାଇ ଚିକିତ୍ସିତ ହୋଇଥିଲେ । ତେବେ ତାଙ୍କର ସ୍ୱାସ୍ଥାବସ୍ଥାକୁ ଦେଖୁ ଡାକ୍ତର ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ଯିବାକୁ ପରାମର୍ଶ ଦେଇଥିଲେ । ପୁଲିସର ନିସ୍ତୁକ ମାଡ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଜଗଦୀଶ ତାଙ୍କ ବାମ ହାତ ଉଠାଇ ପାରୁ ନଥିଲା ବଳେ ଆଙ୍ଗୁଠି ଗୁଡିକ ଫୁଲା ରହିଛି । ତେବେ ବିନା କାରଣରେ ପୁଲିସ ଜଗଦୀଶଙ୍କୁ ଥାନାକୁ ନେଇ ଥାର୍ଡ ଡିଗ୍ରୀ ଦେଇଥିବାରୁ ଜଗଦୀଶ ନ୍ୟାୟ ପାଇବା ପାଇଁ କରଞ୍ଜିଆ କୋର୍ଟର ଆଶ୍ରୟ ନେଇଥିବା ନେଇ ତାଙ୍କ ଓକିଲ ବିକାଶ କୁମାର ସାହୁ ଆମ ପ୍ରତିନିଧିଙ୍କୁ କହିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଯଶିପୁର ଥାନା ଅନ୍ତର୍ଗତ ରୁଗୁଡି ପଞ୍ଚାୟତର ଜାଉରୀ ପାପି ଗ୍ରାମରେ ଗତ ୨ ତାରିଖରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଥିଲା । କରୋନା ମହାମାରୀ ସମୟରେ ବେଆଇନ୍ ଭାବେ ହଜାର ହଜାର ଲୋକଙ୍କ ସମାଗମକୁ ଲକ୍ଷ୍ୟରେ ରଖୁ ଯଶିପୁର ପୁଲିସ ଥାନା ଅଧିକାରୀ ରଞ୍ଜନ କୁମାର ସେଠୀଙ୍କ ସମେତ ସାଦା ପୋଷାକ ଧାରୀ ପୁଲିସ ସେଠାରେ ପହଞ୍ଚିଥିଲେ । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପ୍ରାୟ ପାଞ୍ଚ ହଜାରରୁ ଅଧିକ ଲୋକଙ୍କର ସମାବେଶ ହୋଇଥିବା ବଳେ ଜୁଆଖେଳ ସ୍ଥାନୀୟ ଭାଷାରେ (Qଳୁଠୁଳି) ଏବଂ କୁକୁଡ଼ା ଲଢେଇ ମଧ୍ୟ ଅନୁଷ୍ଠିତ ହେଉଥିଲା । ତବେ ସାଦା ପୋଷାକଧାରୀ । ପୁଲିସ ଜୁଆଖେଳ ଉପରେ ଅତର୍କିତ ଭାବେ ଚଢ଼ାଉ । ବେଳେ ପୁଲିସ ସହିତ ଉପସ୍ଥିତ ଲୋକେ ଧସ୍ତାଧସ୍ତି କରିଥିଲେ । ଏପରିକି ବିଶାଳ ଜନ ସମାବେଶ ଥିବାରୁ ସାଦା ପୋଷାକଧାରୀ ପୁଲିସକୁ ଚିହ୍ନି ନ ପାରି ଲୋକମାନେ ପୁଲିସ ଉପରକୁ ଟେକା ପଥର ମାଡ କରିବାକୁ ପଛାଇ ନଥିଲେ । ତେବେ ଭିଡକୁ ଦେଖୁ ପୁଲିସ ସେଠାରେ ବେଶି ସମୟ ନ ରହି ମାତ୍ର ୪ଜଣଙ୍କୁ ଉଠାଇ ଥାନାକୁ ନେଇ ଆସିଥିଲା । ଏହା ପରେ ତଦନ୍ତ କରି ମୋଟ ୧୨ଜଣଙ୍କୁ । ପୁଲିସ ଗିରଫ ସହ କୋର୍ଟ ଚାଲାଣ କରିଥିଲା । ତେବେ ଏହି ମାମଲାରେ ସଂପୃକ୍ତ ନଥି ଜଗଦୀଶ ହେମ । (୪୫)କୁ ପୁଲିସ ଥାନାକୁ ଆଣି ଥାର୍ଡ ଡିଗ୍ରୀ ଦେଇଥିବା ନେଇ ଖୋଦ୍ ପୀଡ଼ିତ ଜଗଦୀଶ ଅଭିଯୋଗ କରିଥିଲେ। | ଏଥି ସହ ଅକ୍ଟୋବର ୨ତାରିଖ ଦିନ ସେ ଗାଁରେ ନଥିଲେ ବରଂ ଅନୁଗୁଳରେ ଥିଲେ ବୋଲି କହିଛନ୍ତି ।
ପୁଲିସ ବିରୋଧରେ କରଞ୍ଜିଆ ଏଡିଜେଏମ୍ କୋର୍ଟରେ ମାମଲା
|
October 15, 2020 |
