ପୁଲିସ ଡିଜିପି ଅଭୟଙ୍କ ରାଉରକେଲା ଗସ୍ତ

Spread the love
  •  
  •  
  •  
  •  
  •  

ସୁନ୍ଦରଗଡ /ରାଉରକେଲା,୦୩/୦୫ (ସନ୍ଧାନ ନିଉଜ) ଓଡ଼ିଶା ପୁଲିସ ଡିଜିପି ଅଭୟ ଆଜି ସୁନ୍ଦରଗଡ଼ ଓ ରାଉରକେଲା ଗସ୍ତରେ ଆସି  ରାଉରକେଲା ଏସପି କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରେ ସାମ୍ବାଦିକ ମାନଙ୍କୁ ଲକ ଡାଉନ ସମ୍ବନ୍ଧରେ କହିଥିଲେଯେ, ଆସନ୍ତା ୫ ତାରିଖରୁ ମେ ୧୯ ଯାଏ ପୁରା ଓଡ଼ିଶାରେ ଲକ ଡାଉନ ହେବା ସହ ସୁନ୍ଦରଗଡ଼ ଜିଲା ସମେତ ରାଉରକେଲାରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଇନଫୋର୍ସମେଂଟକୁ ଆହୁରି କଡ଼ା କରାଯିବ । ଅନ୍ୟପକ୍ଷରେ ରାଉରକେଲା ଓ ସୁନ୍ଦରଗଡ଼ ପୁଲିସ ଅକ୍ସିଜେନ ଟ୍ୟାଙ୍କରକୁ ପୁଲିସ ସହାୟତାରେ ଅନ୍ୟ ରାଜ୍ୟକୁ ପଠାଯିବା ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । ବିଶେଷ କରି ରାଉରକେଲା, ଢେଙ୍କାନାଳ, ଅନୁଗୁଳ ଟ୍ୟାଙ୍କର ଯୋଗେ ଅକ୍ସିଜେନ ପଠାଯାଇଥିଲା । ତା ସହିତ ଏହି ଲକ ଡାଉନ ସମୟରେ ଅମାନିଆ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଲକ ଡାଉନ ବେଳେ, ରାଉରକେଲାରେ  ଥିବା ସମସ୍ତ ବ୍ୟାରିକେଡ଼ରେ ଯାନବାହାନ ଗୁଡ଼ିକ ଯାଂଚ କରାଯିବା ସହ ବିନା କାରଣରେ ବାହାରକୁ ବାହାରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ ପୁଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ଏହି ଅବସରରେ ସୁନ୍ଦରଗଡ଼ ଏସପି ସାଗରିକା ନାଥ କହିଥିଲେଯେ, ସୁନ୍ଦରଗଡ଼, ରାଜଗାଙ୍ଗପୁର ଓ ବୀରମିତ୍ରପୁର ସୀମାରେ ଗାଡ଼ି, ମୋଟର ଗୁଡ଼ିକୁ କଡ଼ାକଡ଼ି ଭାବେ ଯାଂଚ କରାଯାଉଛି । ପୁଲିସ ଫୋର୍ସ ଓ ମୋବାିଲ ଫୋର୍ସକୁ ଶକ୍ତ କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ଯାନବାହାନକୁ ଯାଂଚ କରିବା ସହ ଗାଡ଼ି ନମ୍ବରକୁ ଉଲ୍ଲେଖ କରାଯିବା ସହ ମେସିନ ଦ୍ୱାରା କରୋନା ମିଟର ଦ୍ୱାରା ଯାଂଚ କରାଯାଉଛି । ଲକ ଡାଉନ ସମୟରେ ଅମାନିଆ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ । ଲୋକଙ୍କୁ ଘରେ ରହିବାକୁ ଅପିଲ କରୁଛି ପୁଲିସ । ଆଜି ରାଉରକେଲା ଏସପି ମୁକେଶ କୁମାର ଭାମୁ, ଓଏସଏପି କମାଡେଂଟ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ । Report-Subranshu Panda

Related Posts

About The Author

Add Comment