ସୁନ୍ଦରଗଡ଼ ତା:୦୫-୦୭-୨୦୨୬ରିଖ (ସନ୍ଧାନ ନ୍ୟୁଜ )ତଲସରା ଥାନା ରେ ହୋଇଥିବା ପୁରୁଣା କେଶ ମାମଲା କୁ କେନ୍ଦ୍ର କରି ବାପ ପୁଅ ଗୋଟିଏ ପରିବାର ରେ ଦୁଇ ଜଣ ମହିଳା ଓ ଜଣେ ବୃଦ୍ଧ ପୁରୁଷ ଥିବା ମୌକା ପାଇ ଘର ପଶି ମହିଳା ଦ୍ୱୟ ଙ୍କୁ ଅଶ୍ଳୀଳ ଭାଷା ରେ ଝଗଡା କରିବା ସହିତ ମାରପିଟ କରି ଥିବା ନେଇ ତଲସରା ଥାନା ରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁସାରେ ଗତ ତା:୦୪-୦୭-୨୦୨୬ରିଖ ଦିନ ଅପରାହ୍ନ ୫ଟା ୩୦ମିନିଟ ସମୟ ରେ ତଲସରା ଥାନା ଅନ୍ତର୍ଗତ ଟାଙ୍ଗରଗାଁ ଗ୍ରାମ ର ଗୀତାଞ୍ଜଳି ମହାକୁଳ ତାଙ୍କ ଶାଶୁ ଶଶୁର ସୁମିତ୍ରା ମହାକୁଳ ଓ ପରମାନନ୍ଦ ମହାକୁଳ ଘରେ ଥିବା ବେଳେ ସେହି ଗ୍ରାମ ର ରବୀନ୍ଦ୍ର ମହାକୁଳ ଓ ରାତୁ ମହାକୁଳ ଘର ପଶି ଅଶ୍ଳୀଳ ଭାଷାରେ ଗାଳି ଝଗଡା ସହିତ ମହିଳା ଦ୍ୱୟ ଙ୍କୁ ମାରପିଟ କରିଥିବା ନେଇ ଗୀତାଞ୍ଜଳି ମହାକୁଳ ତଲସରା ଥାନା ରେ ଲିଖିତ ଅଭିଯୋଗ କରିଥିଲେ l ତଲସରା ପୋଲିସ ଅଭିଯୋଗ ପାଇ ଏକ କେଶ ରୁଜୁ କରିଥିବା ଜଣା ପଡିଛି l
ପୁରୁଣା କଥା କୁ ନେଇ ବଚସା ସହିତ ମାଡଗୋଳ,ଥାନାର ଦ୍ବାରସ୍ଥ
|
July 5, 2026 |



