ପୁରୀ : ଶ୍ରୀମନ୍ଦିରରେ ପଟ୍ଟିଦିଅଁ ପୂଜା ଆରମ୍ଭ

Spread the love
  • ଶ୍ରୀଜୀଉମାନଙ୍କ ପ୍ରତିନିଧି ସ୍ୱରୂପ ପଟ୍ଟିଦିଅଁ ପୂଜା କରାଯାଏ। ସୁଭଦ୍ରାଙ୍କ ପାଇଁ ଭୁବନେଶ୍ୱରୀ, ବଳଭଦ୍ରଙ୍କ ପାଇଁ ଅନନ୍ତବାସୁଦେବ ଓ ଶ୍ରୀଜଗନ୍ନାଥଙ୍କ ପାଇଁ ଶ୍ରୀନାରାୟଣଙ୍କୁ ପୂଜା କରାଯାଏ।

ପୁରୀ ୨୯/୬(ସନ୍ଧାନ ନିୟୁଜ): ଗୁରୁବାର ସ୍ନାନପୂର୍ଣ୍ଣିମା ପରେ ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ପଟ୍ଟିଦିଅଁ ପୂଜା ଆରମ୍ଭ ହୋଇଛି। ଜ୍ୟେଷ୍ଠ ପୂର୍ଣ୍ଣିମାରେ ରତ୍ନବେଦୀରୁ ସ୍ନାନବେଦୀକୁ ଆସି ଶ୍ରୀଜୀଉମାନେ ୧୦୮ କଳସ ଜଳରେ ସ୍ନାନ କରିଥିଲେ। ଏଥିଯୋଗୁଁ ଶ୍ରୀଜୀଉମାନଙ୍କୁ ଆଜିଠାରୁ ଜ୍ୱର ହୋଇଛି। ତେଣୁ ସେମାନଙ୍କୁ ଅଣସର ଘରେ ରଖାଯାଇ ବୈଦ୍ୟଙ୍କ ପରାମର୍ଶକ୍ରମେ ମହୌଷଧି ସହିତ ଉପଚାର କରାଯାଉଛି। ଏହି ସମୟରେ ଭକ୍ତମାନଙ୍କୁ ମହାପ୍ରଭୁଙ୍କ ଦର୍ଶନର ସାନ୍ନିଧ୍ୟ ଲାଭ କରାଇବା ପାଇଁ ଆଷାଢ଼ ମାସ କୃଷ୍ଣପକ୍ଷ ପ୍ରତିପଦାଠାରୁ ଶ୍ରୀମନ୍ଦିରରେ ପଟ୍ଟ ଦିଅଁ ପୂଜା ନୀତି ଆରମ୍ଭ ହୋଇଛି। ଅଣସର ସମୟରେ ପଟ୍ଟିଦିଅଁମାନଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।

Related Posts

About The Author

Add Comment