ଆଜି ପାହାନ୍ତା ପ୍ରାୟ ୪ଟା ବେଳେ ୩ଟି ମଟର ସାଇକେଲ୍ ଯୋଗେ ୫ଜଣ ଛାତ୍ର ଏବଂ ଜଣେ ଛାତ୍ରୀ କଲେଜ ଛାତ୍ରାବାସରୁ ଲୁଚି ପୁରୀ ଚାଲି ଆସିଥିଲେ। ହୋଟେଲ୍ ବିଜୟ ଇଣ୍ଟର୍ନେସ୍ନାଲ୍ ସାମ୍ନା ସମୁଦ୍ରରେ ଗାଧୋଇବା ବେଳେ ସେମାନଙ୍କ ମଧ୍ୟରୁ ଏ ଦୁଇ ଜଣ ଢେଉରେ ଭାସି ଯାଇ ବୁଡ଼ି ଯାଇଥିଲେ।
ଦୁହେଁ ବୁଡ଼ିଯିବା ଦେଖି ତାଙ୍କର ସାଥୀମାନେ ସହାୟତା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଅନୁରୋଧ କରିବାରୁ ସେମାନେ ସମୁଦ୍ରରୁ ଦୁହିଁଙ୍କ ନିର୍ଜୀବ ଶରୀର ଉଦ୍ଧାର କରିଥିଲେ।
ଖବର ପାଇ ସମୁଦ୍ରକୂଳ ପୁଲିସ ଦୁଇ ଛାତ୍ରଙ୍କ ଶବ ଜବତ କରିବା ସହ ଘଟଣାର ତଦନ୍ତ କରିବାକୁ ବାକି ୪ ଜଣ ଛାତ୍ରଛାତ୍ରୀଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।