ପୁଣି ଭଦ୍ରକରେ ନାଗ ଆତଙ୍କ 

Spread the love

ଭଦ୍ରକ, ୧୯ /୬ (ସନ୍ଧାନ ନିୟୁଜ) ଧାମନଗରରେ ନାଗ ବାହାରିବା ଘଟଣା ଲୋକେ ଏଯାଏ ଭୁଲି ନଥିବା ବେଳେ ଏବେ ପୁଣି ଭଦ୍ରକରେ ନାଗ ଆତଙ୍କ. ଭଦ୍ରକ ଗ୍ରାମାଞ୍ଚଳ ଥାନା ନିକଟ ହାତିସାହି ସୁରେଶ ରାଉତ ଆଜି ନିଜ ଶୋଇବା ଘରେ ନାଗ ଛୁଆ ବୁଲୁ ଥିବାର ଦେଖିବା ପରେ ଭୟଭୀତ ହୋଇପଡିଥିଲେ. ପରେ ଭଦ୍ରକ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସେକ ମିର୍ଜ଼ାଙ୍କୁ ସୂଚନା ଦେଇଥିଲେ. ଆଜି ସନ୍ଧ୍ୟା ସମୟରେ ସୁରେଶଙ୍କ ଶୋଇବା ଘର ଭିତରୁ ସେକ ମିର୍ଜ଼ା 45 ଟି ନାଗ ଛୁଆଙ୍କୁ ଉଦ୍ଧାର କରିଥିବା ବେଳେ ଦୁଇଟି ବଡ ନାଗୁଣୀ କୁ ମଧ୍ୟ ଉଦ୍ଧାର କରଯାଇଛି. ଏହି  ଘଟଣା ପ୍ରଚାର ପରେ ସୁରେଶଙ୍କ ଘରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ନାଗ ଆତଙ୍କରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କିତ ଏବେ ଲୋକେ.

Report- R nayak

Related Posts

About The Author

Add Comment