ଭୁବନେଶ୍ୱର (ସନ୍ଧାନ ନିଉଜ/ ବିଶ୍ଵଜିତ ପରିଡ଼ା): ପୁଣି ବର୍ଷା ହେବାର ସମ୍ଭାବନା ଦେଖା ଦେଇଛି ଉତ୍ତର ଓଡ଼ିଶାର କିଛି ଅଂଚଳରେ. ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ସୂତ୍ରରୁ ଆକଳନ କରାଯାଇଛି ଯେ ଆସନ୍ତା ୨୧ ଜୁଲାଇ ଠାରୁ ୨୩ ଜୁଲାଇ ପର୍ଯ୍ୟନ୍ତ ଓଡ଼ିଶାର ଉତ୍ତରଅଂଚଳରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି. ୨୧ ତାରିଖ ବେଳକୁ ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ ଏବଂ ଏହାର ପ୍ରଭାବରେ ପଶ୍ଚିମବଙ୍ଗ ଓ ଓଡିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ରହିଛି. ବହୁ ଉଚ୍ଚତର ସମ୍ଭାବନା ମଧ୍ୟ ରହିଛି. ତେଣୁ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ମାଛ ଧରାଳିଙ୍କୁ ପରାମର୍ଶ ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ.
ଏହି ସମୟରେ ରାଜ୍ୟ ପାଣିପାଗ ତରଫରୁ ୧୩ ଟି ଜିଲ୍ଲାକୁ ସତର୍କ ଜାରି କରାଯାଇଛି. ଏଥି ମଧ୍ୟରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି. ମୟୁରଭଞ୍ଜ ଏବଂ କେନ୍ଦୁଝର ଅନ୍ୟତମ.