ପୁଣି ଟଳିଲା ଫାଶୀ

ନୂଆଦିଲ୍ଲୀ, ୨/୩/୨୦ (ସନ୍ଧାନ ନିଉଜ) : ନିର୍ଭୟା ମାମଲାରେ ଦିଲ୍ଲୀ ପାଟିଆଲା ହାଉସ କୋର୍ଟ ଚାରି ଦୋଷିମାନଙ୍କୁ ପାଶୀ ଦଣ୍ଡ ଉପରେ ରୋକ ଲଗାଇଛନ୍ତି ଏବଂ ଆସନ୍ତା ଆଦେଶ ଆସିବା ପର୍ଯ୍ୟନ୍ତ ମାମଲାକୁ ସ୍ଥଗିତ କରାଯାଇଛି। ଦୋଷୀ ପବନର ଦୟା ଯାଚିକା ରାଷ୍ଟ୍ରପତିଙ୍କର ପାଖରେ ଲମ୍ବିତ ରହିବାରୁ ମାମଲାକୁ ସ୍ଥଗିତ କରିଦିଆଯାଇଛି।

ଦିଲ୍ଲୀର ପାଟିଆଲା ହାଉସ୍ କୋର୍ଟ ୨୦୧୨ ର ନିର୍ଭୟା ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଚାରି ଦୋଷିମାନଙ୍କର ପାଶୀ ଦଣ୍ଡ ସୋମବାରଦିନ ଆସନ୍ତା ଆଦେଶ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଚାରି ଦୋଷିମାନଙ୍କୁ ମଙ୍ଗଳବାରଦିନ ସକାଳ ଛଅଟା ସମୟରେ ପାଶୀ ଦଣ୍ଡରେ ଜଣ୍ଡିତ କରିବାର ଥିଲା।

ବିଚାରପତି ଧର୍ମେନ୍ଦ୍ର ରାଣା କହିଲେଯେ, ଯେତେବେଳେ ଦୋଷୀ ପବନ କୁମାର ଗୁପ୍ତାର ରାଜକ୍ଷମା ଆବେଦନ ଲମ୍ବିତ ଅଛି, ପାଶୀ ଦଣ୍ଡ ଦିଆଯାଇପାରିବ ନାହିଁ। କୋର୍ଟଙ୍କର ଏହି ଆଦେଶ ପବନର ସେହି ଅପିଲ ଉପରେ ଦିଆଯାଇଛି ଯେଉଁଥିରେ ସେ ପାଶୀ ଦଣ୍ଡ ଉପରେ ରୋକ ଲଗାଇବା ପାଇଁ ଅନୁରୋଧ କରିଥିଲା। କାରଣ ସେ ରାଷ୍ଟ୍ରପତିଙ୍କର ପାଖରେ ସୋମବାରଦିନ ଏକ ଦୟା ଯାଚିକା ଦାଖଲ କରିଥିଲା।

କୋର୍ଟର ଏହି ଆଦେଶ ଉପରେ ନିର୍ଭୟାର ମା’ ଆଶା ଦେବୀ କହିଛନ୍ତି ଯେ, ଶେଷରେ କାହିଁକି କୋର୍ଟ ଦୋଷୀମାନଙ୍କୁ ପାଶୀ ଦଣ୍ଡ ଦେବା ପାଇଁ ନିଜର ହିଁ ନିଷ୍ପତିକୁ ସମ୍ପୂର୍ଣ୍ଣ କରିବାରେ ବିଳମ୍ବ କରୁଛନ୍ତି। ଆଶା ଦେବୀ ଅଭିଯୋଗ ଲଗାଇଛନ୍ତିଯେ, ଦୋଷିମାନଙ୍କର କ୍ରମାଗତଭାବେ ଟଳୁଥିବା ପାଶୀ ଦଣ୍ଡ, ସିଷ୍ଟମର ଫେଲ୍ୟୋରକୁ ଦର୍ଶାଉଛି। ଆମର ସମ୍ପୂର୍ଣ୍ଣ ସିଷ୍ଟମ ଦୋଷୀମାନଙ୍କୁ ସମର୍ଥନ କରୁଛି। ସେ କହିଲେ ଯେ, ୧୫ ଦିନରେ ଦୋଷୀମାନଙ୍କ ତରଫରୁ କୌଣସି ଯାଚିକା ଦାଖଲ କରାଗଲା ନାହିଁ।

Related Posts

About The Author

Add Comment