ପୁଅକୁ କଟୁରୀରେ ହାଣି ଜେଲ ଗଲା ପୁତ୍ରହନ୍ତା ବାପା।

Spread the love

ଜେନାପୁର,୨୪/୯ (ସନ୍ଧାନ ନ୍ୟୁଜ)(ପ୍ରଶାନ୍ତ ସାମଲ): ଜେନାପୁର ପୋଲିସ କେସ ନମ୍ବର ୩୩୨/୨୫ ରେ ନିଜ ପୁଅକୁ ହତ୍ୟା କରିଥିବା ଅଭିଯୋଗ ରେ ଅଟକ ରଖିଥିବା ଅଭିଯୁକ୍ତ କୁ ବୁଧବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି। କୋର୍ଟ ଚାଲାଣ ହୋଇଥିବା ବ୍ୟକ୍ତି ଜଣଙ୍କ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଏଣ୍ଡଳବା ପଞ୍ଚାୟତର ବିଛାଖଣ୍ଡି (ଶବର) ସାହିର ସ୍ବର୍ଗତ ଗୋବିନ୍ଦ ନାଏକ ଙ୍କ ପୁଅ କଣ୍ଠ ନାଏକ ବୋଲି ସୂଚନା ମିଳିଛି। କଣ୍ଠ ନାଏକ ଓ ତାଙ୍କ ପୁଅ ସମ୍ଭୁ ନାଏକଙ୍କ ମଧ୍ୟରେ ମଙ୍ଗଳବାର ଝଗଡ଼ା ହୋଇଥିଲା। କଣ୍ଠ ରାଗି ଯାଇ ଏକ କଟୁରି ରେ ତାଙ୍କ ପୁଅ ସମ୍ଭୁ କୁ ଆକ୍ରମଣ କରି ମାରିଥିଲା। ପୋଲିସ ଘଟଣା ସ୍ଥଳରୁ କଟୁରିକୁ ଜବତ କରି କଣ୍ଠ କୁ ଅଟକ ରଖିଥିଲା। ବୁଧବାର କଣ୍ଠକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।

Related Posts

About The Author

Add Comment