ପିପିଲି,28/09/2021 (ସନ୍ଧାନ ନିଉଜ): ଆଉ ଗୋଟିଏ ଦିନ ପରେ ପିପିଲି ଉପନିର୍ବାଚନ । ପ୍ରଚାର ଶେଷ ହୋଇଛି ରାଜନିତିକ ମାହୋଲ ମଧ୍ୟ ବେଶ୍ ସରଗରମ ରହିଛି । ଏଭଳି ସ୍ଥିତିରେ ପିପିଲିରେ ଉପନିର୍ବାଚନ ସମୟରେ କେନ୍ଦ୍ରୀୟ ଫୋର୍ସ ମୂତୟନ କରିବା ପାଇଁ ଦାବି କରିଛି ବିଜେପି । ଆଜି ଏନେଇ ବିଜେପି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ମଧ୍ୟ ଦିଆଯାଇଛି । ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର ଓ ମୋହନ ମାଝିଙ୍କ ନେତୃତ୍ୱରେ ବିଧାୟକ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ତେବେ ପିପିଲିରେ ବହୁ ସଂଖ୍ୟାରେ ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥ୍ ରହିଥିବା ବେଳେ ନିରପେକ୍ଷ ନିର୍ବାଚନ ପାଇଁ କେନ୍ଦ୍ରୀୟ ଫୋର୍ସ ଦାବି କରିଛି ଦଳ । କେନ୍ଦ୍ରୀୟ ଫୋର୍ସ ମୂତୟନ ହେବା ପରେ ହିଁ ସଠିକ୍ ଭାବରେ ନିର୍ବାଚନ ହୋଇପାରିବ ବୋଲି ସମ୍ବିତ୍ ପାତ୍ର ଦାବି ଜଣାଇଥିବା ବେଳେ ପିପିଲିରେ ମୋଟ୍ ୯୭ଟି ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି ।
ପିପିଲି ଉପନିର୍ବାଚନ ପାଇଁ କେନ୍ଦ୍ରୀୟ ଫୋର୍ସ ଦାବି କଲା ବିଜେପି
|
September 28, 2021 |
