ପିତାଙ୍କର ଅସ୍ଥି ବିସର୍ଜନ ପାଇଁ ପୁରୀ ଯାଉଥିବା ବେଳେ ଦୃର୍ଘଟଣାରେ ପରିବାରର ୫ଜଣଙ୍କ ଜୀବନ ଗଲା

Spread the love

ପୁରୀ, ୨୫/୯(ସନ୍ଧାନ ନିୟୁଜ)  : ଗଞ୍ଜାମର ଇଚ୍ଛାପୁରରୁ ପୁରୀ ମହୋଦଧିରେ ନିଜ ସମ୍ପର୍କୀୟଙ୍କ ଅସ୍ଥି ବିସର୍ଜନ କରିବା ପାଇଁ ଗୋଟିଏ ପରିବାର ଓ ସେମାନଙ୍କ ସମ୍ପର୍କୀୟମାନେ ମିଶି ପ୍ରାୟ ୨୦ ଜଣ ପୁରୀ ଅଭିମୁଖେ ବାହାରିଥିଲେ। ପିତୃପକ୍ଷ ଅବସରରେ ଅସ୍ଥି ବିସର୍ଜନ କରି ମହୋଦଧିରେ ପିଣ୍ଡଦାନ କରିବା ଥିଲା ଉଦ୍ଦେଶ୍ୟ। ମାତ୍ର ବିଧିର ବିଧାନ ଥିଲା ଭିନ୍ନ। ଅସ୍ଥି ବିସର୍ଜନ ପାଇଁ ଆସୁଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ୫ଟା ସମୟରେ ବ୍ରହ୍ମପୁର ଇଚ୍ଛାପୁର ନିକଟସ୍ଥ ଜରଡ଼ା ଥାନା ଅନ୍ତର୍ଗତ ଲାଲ କମଙ୍ଗା ଗ୍ରାମର ଏକ ପରିବାର ସେମାନଙ୍କ ବାପାଙ୍କ ଅସ୍ଥି ବିସର୍ଜନ ପାଇଁ ସମ୍ପର୍କୀୟମାନଙ୍କୁ ଧରି ଏକ ପିକ୍‌ଅପ୍‌ ଭ୍ୟାନର ପୁରୀ ଆସୁଥିଲେ। ପୁରୀ ଆସୁଥିବା ଏହି ପିକ୍‌ଅପ୍‌ ଭ୍ୟାନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଜାତୀୟ ରାଜପଥର ଜଙ୍କିଆ ଥାନା ରାମେଶ୍ୱର ଛକରୁ ନୂଆ ଜଗନ୍ନାଥ ସଡ଼କ ଦେଇ ପୁରୀ ଆସୁଥିବା ବେଳେ ଚନ୍ଦନପୁର ଥାନା ଅନ୍ତର୍ଗତ ରୁଆ ଗ୍ରାମ ନିକଟରେ ପିକଅପ୍‌ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ନୟନଯୋରୀକୁ ଓଲଟି ପଡିଥିଲା। ଫଳରେ ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ କେ.କୃଷ୍ଣା, ଜଗଦୀଶ, କ୍ଷମାବତୀ, ଅନବ ଓ ୟମାବତି ନାମକ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି।  ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

Related Posts

About The Author

Add Comment