ପାରିବାରିକ କଳହରୁ ଦେହରେ ନିଆଁଲଗାଇଲେ ମହିଳା

Spread the love

ବେତନଟୀ, ୧/୧୧(ସନ୍ଧାନ ନ୍ୟୁଜ୍)-ବୈଶିଙ୍ଗା ଥାନା ବୈଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ରବିବାର ଘଟିଯାଇଛି । ପାରିବାରିକ କଳହକୁ କେନ୍ଦ୍ରକରି ଗୌର ସିଂଙ୍କ ପତ୍ନୀ ସରସ୍ବତୀ(୪୦) ରୋଷେଇ ଘରେ ପଶି ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେବା ଫଳରେ ଗୁରୁତର ଆହତ ହୋଇଥିଲେ । ଚିତ୍କାର ଶୁଣି ସ୍ବାମୀ ଗୌର ସଂ(୪୫) ରକ୍ଷା କରିବାକୁ ଯାଇ ଆହତ ହୋଇଥିଲେ । ସରସ୍ବତୀ ଓ ଗୌରଙ୍କର ଚିତ୍କାର ଶୁଣି ସରସ୍ବତୀଙ୍କ ମାଆ ରାଇମଣୀ ସିଂ (୭୨) ମଧ୍ୟ ସେମାନଙ୍କୁ ରକ୍ଷା କରିବାକୁ ଯାଇ ଗୁରୁତର ଆହତ ହୋଇଥିଲେ। ଗ୍ରାମବାସୀଙ୍କ ସହଯୋଗରେ ସେମାନଙ୍କୁ ପ୍ରଥମେ ବୈଶିଙ୍ଗା ଓ ପରେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବେତନଟୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ସରସ୍ବତୀଙ୍କୁ ଅଧିକ ଚିକିତ୍ସା କରିବା ସମ୍ଭବ ନହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ସରସ୍ବତୀଙ୍କ ଶରୀରର ପ୍ରାୟ ୯୦ଭାଗ ପୋଡି ଯାଇଥିବା ଜଣାଯାଇଛି ।

Related Posts

About The Author

Add Comment