ଭୁବନେଶ୍ୱର, ୨୭/୧୦ (ସନ୍ଧାନ ନିଉଜ): ପାରା ଅଲମ୍ପିକ୍ ସ୍ୱର୍ଣ୍ଣ ବିଜେତା ତଥା ଓଡ଼ିଆ ପାରା ବ୍ୟାଡମିଣ୍ଟନ୍ ଖେଳାଳୀ ପ୍ରମୋଦ ଭଗତଙ୍କ ନାମ ଖେଳରତ୍ନ ପୁରଷ୍କାର ପାଇଁ ସୁପାରିସ୍ କରାଯାଇଛି । ପ୍ରମୋଦ ଭଗତଙ୍କ ନାମ ସହିତ ଅଲମ୍ପିକ୍ ୨୦୨୧ ସ୍ୱର୍ଣ୍ଣ ବିଜେତା ନିରଜ ଚୋପ୍ରାଙ୍କ ନାମ ମଧ୍ୟ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରଷ୍କାର ପାଇଁ ସୁପାରିସ୍ କରାଯାଇଛି । ଖେଳରତ୍ନ ପାଇଁ ମୋଟ୍ ୧୧ ଖେଳାଲୀଙ୍କ ନାମ ସୁପାରିସ୍ କରାଯାଇଥିବା ବେଳେ ୩୫ ଜଣଙ୍କ ନାମ ଅର୍ଜୁନ ପୁରଷ୍କାର ପାଇଁ ସୁପାରିସ୍ କରାଯାଇଛି । ଖେଳରତ୍ନ ପାଇଁ ପ୍ରମୋଦ ଭାଗବତ (ବ୍ୟାଡମିଣ୍ଟନ୍), ନୀରଜ ଚୋପ୍ରା (ଆଥଲେଟିକ୍ସ), ରବି ଦହିୟା (କୁସ୍ତି), ପିଆର ଶ୍ରୀଜେଶ (ହକି), ଲୋଭଲିନା ବୋର୍ଗୋହାଇ (ବକ୍ସିଂ), ସୁନୀଲ ଛେତ୍ରୀ (ଫୁଟବଲ), ମିତାଲି ରାଜ (କ୍ରିକେଟ୍), ସୁମିତ ଆଣ୍ଟିଲ୍ (ଜାଭେଲିନ୍), ଅବନୀ ଲେଖରା (ଶୁଟିଂ), କୃଷ୍ଣ ନାଗର (ବ୍ୟାଡମିଣ୍ଟନ୍), ମି ନରୱାଲ (ଶୁଟିଂ) ପାଇଁ ସୁପାରିସ୍ କରାଯାଇଛି ।
ପାରା ଅଲମ୍ପିକ୍ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ନାଁ ଖେଳରତ୍ନ ପାଇଁ ସୁପାରିସ୍
|
October 27, 2021 |
![](https://sandhannews.com/wp-content/uploads/2019/08/pramod-bhagat.jpg)