ବାରିପଦା ୨୨/୦୭ (ସନ୍ଧାନ ନିଉଜ/
[contact-form to=”odishanewsreporter12@gmail.com” subject=”SANDHANNEWS.COM”][contact-field label=”SANDHAN” type=”url” required=”1″][contact-field label=”odishanewsreporter12@gmail.com” type=”email” required=”1″][contact-field label=”www.sandhannews.com” type=”url”][contact-field label=”sandhanupdatenews” type=”textarea”][/contact-form]
ଲିଙ୍ଗରାଜ ପଣ୍ଡା);- ସ୍ୱାଧୀନତା ସୁତାର ଦଶନ୍ଧି ପରେବି କିଛି ଗାଁ ଅଛି ଯେଉଁଠିକୁ ଯିବାପାଇଁ ଭଲ ରାସ୍ତାଟିଏ ନାହିଁ । ପିଇବା ପାଇଁ ଶୁନ୍ଧ ପାଣି ସାତସପନ । ସେହିପରି ଅନ୍ଧାରକୁ ପ୍ରତିହତ କରିବା ପାଇଁ ବିଜୁଳି ଆଲୁଅ ଦିବାସ୍ୱପ୍ନ ପାଲଟିଛି । ସାମାନ୍ୟ ଜ୍ୱର,ଥଣ୍ଡା,ଓ କାଶ ପାଇଁ ଯିବାକୁ ପଡେ ୧୫ କିଲୋମିଟର । ତେବେ ଏପରି ବିକାଶର ପଛୁଆଗତି କରୁଥିବା ଗ୍ରାମ ହେଉଛ କପ୍ତିପଦା ବ୍ଲକ ଶାଳଚୁଆ ପଞ୍ଚାୟତରେ ଥିବା ୬ନଂ ଓାର୍ଡ ଉପିସାହି ଗ୍ରାମ । ପଞ୍ଚାୟତର ସମସ୍ୟା ସୁଧାରିବା ପାଇଁ ଲୋକ ପ୍ରତିନିଧି ଠାରୁ ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସଦାସର୍ବଦା ସଜାଗ ରହୁଥିବା କୁହାଯାଉଛି । ତେବେ ପ୍ରକୃତ ପକ୍ଷେ ଏହି ଗ୍ରାମକୁ ଅନୁଧ୍ୟନ କଲେ ଜଣାପଡିବ ଲୋକ ପ୍ରତିନିଧି ଓ ପ୍ରଶାସନ କେତେ ତତ୍ପର । ସଂପୂର୍ଣ୍ଣ ଆଦିବାସୀ ଅଧୁ୍ୟଷିତ ଏହି ଉପିସାହି ଗ୍ରାମରେ ଶତପ୍ରତିଶତ ପରିବାର ଦାରିଦ୍ର ସୀମାରେଖା ତଳେ ବସବାସ କରନ୍ତି । ଏହି ଗ୍ରାମରେ ପରିବାର ସଂଖ୍ୟା ୪୦ରୁ ଉଦ୍ଧ୍ୱର୍ ହୋଇଥିବା ବେଳେ ଲୋକସଂଖ୍ୟା ପ୍ରାୟ ୩୦୦ରୁ ଅଧିକ । ଗ୍ରାମର ଲୋକମାନେ ବିଶେଷ କରି ନକଟସ୍ଥ ଜଙ୍ଗଲକୁ ଭରସା କରି ନିଜର ଗୁଜୁରାଣ ମେନ୍ଟାଇ ଥାଆନ୍ତି । ଏହି ଗ୍ରାମର ସମସ୍ତ ପରିବାର ଗରିବ ଶ୍ରେଣୀରେ ହୋଇଥିଲେ ମଧ୍ୟ ମାତ୍ର ହାତଗଣତି ଅଳ୍ପ କେତେଜଣଙ୍କୁ ଗ୍ରାମୀଣ ଆବାସ ଯୋଜନାରେ ପକ୍କାଘର ମିଳିଥିବାବେଳେ ଅନ୍ୟ ସମସ୍ତ ପରିବାର ଝାଟିମାଟି ତାଟିକବାଟ ଘରେ ରହୁଛନ୍ତି । ସେହିପରି ୪୦ ପରିବାର ବିଶିଷ୍ଟ ଏହି ଗ୍ରାମରେ ମାତ୍ର ଗୋଟିଏ ନଳକୂପ ଅଛି । କିନ୍ତୁ ନଳକୂପଟିରେ ଶୁନ୍ଧ ପାନୀୟଜଳ ବାହାରୁ ନଥିବା ବେଳେ ଗ୍ରୀଷ୍ମଦିନେ ନଳକୂପଟି ଅଚଳ ହୋଇପଡେ । ଯାହାଫଳରେ କି ଲୋକମାନେ ଚୁଆପାଣିକୁ ଭରସା କରନ୍ତି । ଏଥିସହିତ ଗ୍ରାମଟିକୁ ସଂପୂର୍ଣ୍ଣ ବିଜୁଳି ଆଲୁଅ ଯୋଗାଇ ଦିଆଯାଇ ନଥିବାରୁ ଲୋକମାନେ ଡିବିରି ଆଲୁଅ ଉପରେ ଭରସା କରିଥାଆନ୍ତି । ଏପରି ବିଜୁଳି ଆଲୁଅ ନଥିବାରୁ ଗ୍ରାମରେ ପିଲାମାନଙ୍କର ପାଠପଢା ପାଇଁ ଆଗ୍ରହ ଥିଲେ ମଧ୍ୟ ସନ୍ଧ୍ୟା ହେଲେ ତାଟିକବାଟ ପଡିଯାଏ । ଏହି ଗ୍ରାମକୁ ଯାତାୟତ ପାଇଁ ପକ୍କା ରାସ୍ତାଟିଏ ମଧ୍ୟ ନାହିଁ । ଗ୍ରାମକୁ ଆମ୍ବୁଲାନସ୍, ଦମକଳ ଗାଡି ଓ ବିଭିନ୍ନ ଚାରିଚକିଆ ଯାନ ଯାତାୟତ କରିପାରେ ନାହିଁ । ଫଳରେ ଲୋକେ ରୋଗୀ ସେବା ଓ ଘରପୋଡି ସମସ୍ୟାରେ ଜର୍ଜରିତ ହୁଅନ୍ତିା ଏତତ୍ ବ୍ୟତିତ ଏହି ଗ୍ରାମରେ କୈାଣସି ବ୍ୟକ୍ତିଙ୍କୁ ସାମାନ୍ୟ ଜ୍ୱର,କାଶ ଓ ଥଣ୍ଡା ହେଲେ ଶରତ,କଟୁରିଆ, ଶାଳଚୁଆ ଓ କପ୍ତିପଦା ଡାକ୍ତରଖାନା ଯିବାକୁ ହେଲେ ସେମାନଙ୍କୁ ଦୀର୍ଘ ୧୫ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡିଥାଏ । ତାବେ ସମସ୍ୟା ଚାପି ହୋଇ ରହିଥିବା ହେି ସମସ୍୍ୟା କୁ ପ୍ରଶାସନ ସୁଧାରିବାକୁ ଦାବି କରାଯାଇଛି ।