ପାଣି ବିନା ମରୁଡି ହେଲାଣି ଶହ ଶହ ହେକ୍ଟର ଚାଷ ଜମି, ଅଧିକାଂଶ ରହିଛି ପଡିଛି ପଡିଆ, ବଢ଼ିବ ଚାଷୀ ଆତ୍ମହତ୍ୟା

Spread the love

ଯାଜପୁର, (ସନ୍ୟୁଏ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଧିନରେ ପାଣି ବିନା ହେକ୍ଟର ହେକ୍ଟର ଚାଷ ଜମି ଫାଟି ଆଁ କଲାଣି । ନା କେନାରେ ପାଣି ଅଛି, ନା କୁଅ ପୋଖରୀରେ ପାଣି ରହିଛି । ଫଳରେ ଚାଷ କାର୍ଯ୍ୟ ପାଇଁ ଯେତିକି ପାଣି ଆବଶ୍ୟକ ହୁଏ ତାହା ହୋଇପାରିନି । ଚଳିତ ବର୍ଷ ଚାଷ କାର୍ଯ୍ୟ ଆରମ୍ଭରୁ ପାଣି ସମସ୍ୟ ଦେଖାଦେଇଥିଲା । ପ୍ରଥମେ ଚାଷୀ ମାନେ ଧାନ ବିହନ କିଣି ବୁଣିଥିଲେ ବି ପାଣି ଅଭାବରୁ ତାହା ଗଜା ହେଲା ନାହିଁ । ଫଳରେ ଚାଷୀ ମାନେ ଆରମ୍ଭରୁ କ୍ଷତି ସହିଲେ । ପରେ ଲଘୁଚାପ ଯୋଗୁ ସାମନ୍ୟ ପାଣି ହୋଇଥିବା ବେଳେ ଚାଷୀ ମାନେ ପୁଣି ଧାନ ତଳି ପକାଇ ଧାନ ରୋହି ଥିଲେ । କିନ୍ତୁ ପୁଣି ନାଁ ବର୍ଷାରେ ଦେଖା ଅଛି ନା କେନାଲ ନାଳ ମାନଙ୍କରେ ପାଣି ରହିଛି । ଏପରକି ଅନେକ କେନାଲ ଗୁଡିକ ଜମି ଦଲାଲ ମାନେ ଜବର ଦଖଲ କରି ତାହାକୁ ପୋତି ରାସ୍ତା କରିଦେଇଛନ୍ତି । ଏପରି ସ୍ଥଳେ କେନାଲରୁ ପାଣି ଉଠୁନାହିଁ । କେନାଲ ଗୁଡିକରେ ନାଗଦଳ ଭତ୍ତି ହୋଇ ରହିଥିବାରୁ ଚାଷ ଯେତିକି ପାଣି ରହିଛି ତାହା ସୋଠ ମୁହଁ ଏବଂ ଛୋଟ କେନାଲ ଗୁଡିକକୁ ଯାଉନାହିଁ । କେନଲା, ଜଳ ବିଭାଗ ନିଜର ଠିକାଦରଙ୍କ ଜରିଆରେ ଅର୍ଥ ରୋଜଗାର କରୁଥିବା ବେଳେ ଚାଷୀଙ୍କ ପାଇଁ ସମାନ୍ୟତମ ଦରଦ ବି ଦେଖାଉନାହିଁ । ଏପରକି ଚାଷୀଙ୍କ ପାଇଁ କୃଷି ବିଭାଗବି ଆଡ ଆଖିରେ ଅନାଉ ନାହିଁ । ବରଂ ଚାଷ କାର୍ଯ୍ୟ ସ୍ୱାଭାବିକ ରହିଥିବା କହି ନିଜର ଦାୟିତ୍ୱ ସାରିଦେଉଛି । ଅନ୍ୟ ପଟରେ ସାର ଓøଷଧବି କଳା ବଜାରେ ଅଧିକ ଦରରେ ବିକ୍ରି ହେଉଛି । କୃଷି ବିଭାଗ ଚାଷୀଙ୍କ ମାଗଣାରେ ସାର ଓøଷଧ ବି ଦେଉନାହିଁ । କି ଚାଷୀଙ୍କ କ୍ଷେତ ଆଡେ କେବେବି କୌଣସି ଅଧିକାରୀ ଆସୁନାହାନ୍ତି । ଏମିତି ହେଲେ ଚାଷୀ ମାନେ ଚାଷ କରିବା ଛାଡିଦେବେ ବୋଲି ମତ ପ୍ରକାଶ କରିବା ସହିତ ଯେଉଁମାନେ ଧାର କରଜ କରି ଚାଷ କରିଛନ୍ତି ସେମାନେ ଅତ୍ମହତ୍ୟାର ପଛକୁ ବାଛିନେବେ । ରାଜ୍ୟ ସରକାର କେବଳ ଚାଷୀଙ୍କ ପାଇଁ ଲୋନ କରିଦେଇ ବାହା ବାହା ନେଉଥିବା ବେଳେ ପକୃତରେ ଚାଷୀମାନେ ଅବହେଳିତ ହୋଇ ରହିଛନ୍ତି । ଅନ୍ୟପଟରେ ହେଲିକେପ୍ଟରରେ ବୁଲୁଥିବା ୫ଟି ସଚିବ ମଧ୍ୟ ଏହାକୁ ଗୁରୁତ୍ୱର ସହ ନେଇନାହାନ୍ତି । ଫଳରେ ଉପକୂଳ ଜିଲ୍ଲାରେ ଏଥର ଖାଦ୍ୟ ବି ହାହା କାର ଦେଖାଯିବ ଆଶଙ୍କା ସୃଷ୍ଟି ହୋଇଛି । ସେହିପରି ଚାଷୀ ମନଙ୍କ ପାଇଁ ଧାନ ବିକ୍ର କରିବା ଏବଂ ଧାନ ବୀମା ପଞ୍ଜିକରଣ କରିବା ସମୟ ସମୀତ ଦେଉଥିବାରୁ ଚାଷ ମାନେ ଏହାକୁ କରିପାରିନାହାନ୍ତି । ଫଳରେ ମରୁଡି ହେଲାପରେ ମଧ୍ୟ ଚାଷୀ ମାନେ କୌଣସି ସୁଫଳ ପାଇବେ ନାହିଁ । ଧର୍ମଶାଳାର ବିଶେଷ କରି ନେଉଳପୁର, ସାରୋଇ, ହରିଦାସପୁର, କୋଶଳିଆ, ଶ୍ରୀମତପୁର, ରଘୁନାଥପୁର, ସୁଭ୍ରଦାପୁର, ଅଂଚଳରେ ଦୁଇଦୁଇଥର ପାଣି ପାଇଁ ଚାଷ କାର୍ଯ୍ୟ କରାଯାଇଥିଲେ ସୁଧା ବିଲରେ ଫାଟି ଆଁ କଲାଣି । ପାଣି ନଥିବାରୁ ଗଛ ଗୁଡିକ ବଢ଼ିପାରୁନାହିଁ । ଫଳରେ ଆରମ୍ଭରୁ ଚାଷୀ ମାନେ ଯେତିକି କ୍ଷତି ସହିଲେଣି ଆଗକୁ ଚାଷୀ କୂଳ ହାତାଶ ହୋଇପଡିବେ । ହାଇଲେବେଲ କେନାଲରେ ପାଣି ଦିଆଯାଉନାହିଁ । ପାଣି ତଳ ମୁଣ୍ଡକୁ ଆସୁନଥିବାରୁ ସମସ୍ତ ଜମିରେ ଚାଷକାର୍ଯ୍ୟ ନଷ୍ଟ ହେବାକୁ ବସିଛି । ସରକାର ଚାଷ ଜମିକୁ ଜଳ ନଯୋଗାଇ ଜଳକର ଆଦାୟ କିପରି କରୁଛନ୍ତି ବୋଲି ଏହାକୁ ନେଇ ଚାଷୀ ମାନେ ପ୍ରଶ୍ନ କରିଛନ୍ତି । ଏପରି ସ୍ଥଳେ ପ୍ରଶାସନ ଚଳିତବର୍ଷକୁ ମରୁଡି ବୋଲି ଘୋଷଣା କରିବା ସହିତ ଚାଷ ପାଇଁ କ୍ଷତି ପୂରଣ ସ୍ୱତନ୍ତ୍ର ପ୍ୟାକେଜ ଦେବା ପାଇଁ ଦାବି କରିଛନ୍ତି । ଏପରକି ଚାଷୀଙ୍କ ପାଇଁ କିମ୍ଭିର କାନ୍ଦଣା କାନ୍ଦୁଥିବା ଚାଷୀ ସଂଘଠନ କର୍ମକତ୍ତା ମାନଙ୍କର । ଦେଖାନାହିଁ । ଏମାନେ ଭୁବନେଶ୍ୱରରେ ବସି ବସି ଚାଷୀ ମାନଙ୍କ ହିତ କରୁଥିବା କହୁଥିବା ବେଳେ ବାସ୍ତବ ସମୟରେ ନା ଅଛି ସରକାରଙ୍କୁ ବିରୋଧ ନାଁ ବିଦ୍ରୋହ । ତେବେ ତୁରନ୍ତ ସରକାର ପାଣିର ସୁବ୍ୟବସ୍ଥା କରିବା ସହିତ କ୍ଷତିପୁୂରଣ ଦେବା ପାଇଁ ଚାଷୀ ସଦାଶିବ ପରିଡି, ବିକାଶ ପରିଡା, ସଦାଶିବ ରାଉତ, ଅଭିମନ୍ୟୁ ପାତ୍ର, ଅରୁଣ ସାମଲ, ଅନିତା ବେହେରା, ରବିନ୍ଦ୍ରୟ ଜେନା, ମହେଶ୍ୱର ପାତ୍ର, ମସନ୍ତ ବେହୁରା, ସୁରେନ୍ଦ୍ର ଖଟ୍ରୁଆ, ପ୍ରମୋଦ ଜେନା, ପୁର୍ଣ୍ଣଚନ୍ଦ୍ର ଦେହୁରୀ, ଶିବ ସାହୁ, ଭିକାରୀ ରାଉତ, କବି ସାହୁ, ନଟବର ସେଠୀ, ବନମାଳି ସେଠୀ, ରବିନ୍ଦ୍ର ଜେନା, ଯୋଶବନ୍ଦ ଜେନା ପ୍ରମୁଖ ଦାବି କରିଛନ୍ତି ।

Related Posts

About The Author

Add Comment