ପାଞ୍ଚଦିନ ପରେ ବଡଦିନ: ଚଳଚଞ୍ଚଳ  ଶିଳ୍ପ ରାଜଧାନୀ ରାଉରକେଲା

Spread the love
ରାଉରକେଲା, ୨୦/୧୨ (ସନ୍ଧାନ ନିଉଜ) : ଆଉ ମାତ୍ର ପାଞ୍ଚଦିନ ପରେ ବଡଦିନ ବା ଖ୍ରୀଷ୍ଟମାସ । ଯାହାକୁ ନେଇ ଏବେଠାରୁ ସଜେଇ ହେଲାଣି ଶିଳ୍ପ ରାଜଧାନୀ ।ଆଗକୁ ଆସୁଛି ବଡଦିନ ବା ଖ୍ରୀଷ୍ଟମାସ। ତେବେ ଏହି ଦିନଟିକୁ ସେଲିବ୍ରେଟ କରିବା ପାଇଁ ଲୋକମାନେ ବିଭିନ୍ନ ସାଜସଜ୍ଜା ଜିନିଷ କିଣି ଘରକୁ ସଜେଇଥାଆନ୍ତି । ଯେମିତିକି ଖ୍ରୀଷ୍ଟମାସ ଟ୍ରି, ସାଣ୍ଟାକ୍ଲଜ କ୍ୟାପ, ସାଣ୍ଟାକ୍ଲଜ ଡ୍ରେସ ଏବଂ ରଙ୍ଗବେରଙ୍ଗର ଆଲୁଅ ଇତ୍ୟାଦି ।ତେବେ ଏହି ଦିନଟି ପାଇଁ ସହରର ବିଭିନ୍ନ ହୋଟେଲ ଠାରୁ ପାର୍କ ସବୁ ସ୍ଥାନକୁ ଏବେଠାରୁ ସଜାଯାଉଛି। ଏଥିସହ ବିଭିନ୍ନ ଦୋକାନ ବଜାରରେ ମଧ୍ୟ ଏବେଠାରୁ ଲୋକଙ୍କ ନାହିଁନଥିବା ଭିଡ ଦେଖିବାକୁ ମିଳୁଛି । ଏପଟେ ଦୋକାନୀମାନେ ସାନ୍ତାକ୍ଲଜ ଟ୍ରି, ସାନ୍ତାକ୍ଲଜ ଟୋପି, ଚିକିମିକି ଲାଇଟ ସହ ସାଜସଜ୍ଜା ଜିନିଷର ପସରା ମେଲାଇ ବିକ୍ରି କରୁଛନ୍ତି।ରାଉରକେଲାର ଝିରପାଣି, ଜଲଦ। ଆଦି ଚ  ର୍ଚ୍ଚ ରେ ଏବେ ଠୁ ଗହଳି ଜମିଲାଣି   ।

Related Posts

About The Author

Add Comment