ପାଗଳପ୍ରେମିକର ଉନ୍ମତକାଣ୍ଡ

Spread the love

ଭଦ୍ରକ, ୦୧/୧୨ (ସନ୍ଧାନ ନିଉଜ) : ଭଦ୍ରକରେ ରକ୍ତମୁଖା ସାଜିଲା ବିଫଳ ପ୍ରେମିକ । ପ୍ରେମରେ ବିଫଳ ହେବା ପରେ ନେଲା ପ୍ରତିଶୋଧ । ବାପ ଝିଅଙ୍କୁ ଧାରୁଆ ଅସ୍ତ୍ରରେ କଲା ଆକ୍ରମଣ । ବନ୍ତ ଡାଳିଆଂବଗାଡିଆ ଛକ ନିକଟରେ ଅତି ନିର୍ମମ ଭାବେ ଦୁଇ ଜଣଙ୍କୁ ହାଣି ପକାଇଲା ବିଫଳ ପ୍ରେମିକ । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଥିଲା । ଅବସ୍ଥା ଅତି ଗୁରୁତର ଥିବାରୁ ଦୁଇ ଜଣଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ବାପାର ଗୋଡ ହାତରେ ଲାଗିଛି ଚୋଟ । ଝିଅର ବେକରେ ଲାଗିଛି ଗୁରୁତର ଆଘାତ । ବିଫଳ ପ୍ରେମିକ ଜଣେ ଦଶମ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି । ତେବେ ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ମାତ୍ର ଦଶମ ଶ୍ରେଣୀର ଛାତ୍ରର ଏପରି ଅମାନିସକ କାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବି ଲାଗି ରହିଛି ।

Related Posts

About The Author

Add Comment